Categories: ଜାତୀୟ

ଭଗବାନ ଆମ ଜୀବନ ବଞ୍ଚାଇ ଦେଲେ: ସମ୍ବିତ ପାତ୍ର

କୋଲକାତା,୧୦।୧୨-ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର ଉପରକୁ ଗୁରୁବାର ଆକ୍ରମଣ ହୋଇଛି। ଫଳରେ କାରର କାଚ ଭାଙ୍ଗି ଚୁରମାର୍‌ ହୋଇଯାଇଛି। ଦୁର୍ବୃତ୍ତମାନେ ଅତର୍କିତ ତାଙ୍କ କାର ଉପରକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏ ନେଇ ନିଜେ ସମ୍ବିତ୍‌ ଟୁଇଟ ସୂଚନା ଦେଇଛନ୍ତି।
ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ପଶ୍ଚିମବଙ୍ଗରେ ଆମ କାରକୁ ଆକ୍ରମଣ ହୋଇଛି। କାରରେ ମଁ, ଶିବପ୍ରକାଶ, ସଞ୍ଜୟ ମୟୁଖ ଯାଉଥିଲୁ। ଆକ୍ରମଣରେ କାରରେ ଥିବା ଜଣେ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି। ଭଗବାନ ଆମ ଜୀବନ ବଞ୍ଚାଇ ଦେଲେ ବୋଲି ସମ୍ବିତ ଟୁଇଟରେ ଉଲ୍ଲେଖ କରିଛନ୍ତି।

Share