‘ଗଡଫାଦର’ ଟିଜର୍‌ ରିଲିଜ, ସଲମାନଙ୍କ ପାଇଁ ଉତ୍ସାହିତ ପ୍ରଂଶସକ

ଦୀର୍ଘ ଦିନ ଧରି ଫିଲ୍ମ ‘ଗଡଫାଦର’କୁ ନେଇ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟିଜରରେ ଦେଖିବାକୁ ମିଳିଛି, ଏକ କାର ଯାଉଛି, ଯେଉଁଥିରୁ ଚିରଞ୍ଜୀବୀ ଓହ୍ଲାଉଛନ୍ତି। କଳା କୁର୍ତ୍ତା-ପାଇଜାମା ଏବଂ କଳା ଚଷମା ପିନ୍ଧି ମେଗାଷ୍ଟାର ରାଉଡି ପରି ଦେଖାଯାଉଛନ୍ତି। ତାଙ୍କର ଏହି ଲୁକକୁ ପ୍ରଂଶସକ ବେଶ ପସନ୍ଦ କରୁଛନ୍ତି। ଏହି ଫିଲ୍ମକୁ ନେଇ କେବଳ ସାଉଥ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖା ଯାଇ ନାହିଁ ବରଂ ବଲିଉଡ୍‌ରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। କାରଣ ସଲମାନ ଖାନ ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଯାଦୁ ଦେଖାଇବାକୁ ଯାଉଛନ୍ତି। ଯେଉଁ କାରଣରୁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି। ଟିଜର ଭିଡିଓ ସହିତ ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ମଧ୍ୟ ତାଙ୍କ ଟୁଇଟର ଆକାଉଣ୍ଟରେ ପୋଷ୍ଟର ଶେୟାର କରିଛନ୍ତି। ଏହାକୁ ଶେୟାର କରି ସେ ଲେଖିଛନ୍ତି ‘ଗଡଫାଦର ଆସିଗଲେ’।

Share