ତେଲୁଗୁ ଫିଲ୍ମରେ ଅଭିନୟର ଯାଦୁ ଦେଖାଇବେ ସଲମାନ, ଟ୍ରେଲର ରିଲିଜ୍‌

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ଅକ୍ଟୋବର ୫ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ମେଗାଷ୍ଟାର୍‌ ଚିରଞ୍ଜୀବୀ ଏବଂ ସଲମାନ ଖାନ୍‌ଙ୍କୁ ଦର୍ଶକ ଦେଖିବାକୁ ପାଇବେ। ପ୍ରଥମ ଥର ପାଇଁ ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ‘ଗଡଫାଦର’ ଏକ ଆକ୍ସନ ମୁଭି। ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ମୋହନ ରାଜ। ବର୍ତ୍ତମାନ ଏହାର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଟ୍ରେଲର ଦେଖିବା ପରେ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଚିରଞ୍ଜୀବୀ-ସଲମାନଙ୍କ ବ୍ୟତିତ ନୟନତାରା, ସତ୍ୟଦେବ, ବିଜୁ ମେନନ, ଏବଂ ମୁରଲୀ ମୋହନ ମୁଖ୍ୟ ଚରିତ୍ରରେ ଅଛନ୍ତି। ‘ଗଡଫାଦର’ ଫିଲ୍ମଟି ସଲମାନଙ୍କ ପ୍ରଥମ ତେଲୁଗୁ ଫିଲ୍ମ।

Share