Categories: ବାଣିଜ୍ୟ

ଗୋଦରେଜ ଏକ୍ସପେରିଏନ୍ସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୯।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଗୋଦରେଜ ଗ୍ରୁପର ଅଗ୍ରଣୀ କମ୍ପାନୀ ଗୋଦରେଜ ଏକ୍ସପେରିଏନ୍ସ ସେଣ୍ଟରର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱରର ବାପୁଜୀ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଖାରବେଳ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ ଆନୁକୂଲ୍ୟରେ ଉକ୍ତ ଆଉଟଲେଟ (ଶୋ’ରୁମ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଘରଠାରୁ ଆରମ୍ଭକରି କର୍ପୋରେଟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବଶ୍ୟକ ଲକ୍ସ ଆଣ୍ଡ ଆର୍କିଟେକ୍‌ଚୁଆଲ ଫିଟିଂ ଆଣ୍ଡ ସିଷ୍ଟମ ଏଠାରେ ଉପଲବ୍ଧ। ଏପରିକି ବିଭିନ୍ନ ଡିଜାଇନର ଛୋଟବଡ଼ ତାଲା, ଚାବି, ହ୍ୟାଣ୍ଡେଲ୍ସ ସମେତ ଆର୍କିଟେକ୍ଚରର ଫିଟିଂ ଭଳି ଅନେକ ପ୍ରକାରର ଉପକରଣ ସହିତ ଗୋଦରେଜର ନୂତନ ଉତ୍ପାଦ ‘ସ୍କିଡୋ’ ଦ୍ୱାରା ବହୁତ କମ୍‌ ଜାଗାରେ ରୋଷେଇ ଘରକୁ ଖୁବ ସୁନ୍ଦର ଭାବେ ସଜେଇ ପାରିବେ। ଏ ସମ୍ପର୍କରେ ଖାରବେଳ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ଼ର ମ୍ୟାନେଜିଂ ଡାଇରେକ୍ଟର ସାଇ କ୍ରିଷ୍ଣା ମହାନ୍ତି କହିଛନ୍ତି, ଏଠାରେ ଗ୍ରାହକ କେବଳ ସେମାନଙ୍କର ଆବଶ୍ୟକ ସାମଗ୍ରୀ ସାଙ୍ଗକୁ ଉନ୍ନତ ମାନର ଉପକରଣଗୁଡିକୁ ସୁଲଭ ମୂଲ୍ୟରେ ପାଇପାରିବେ। ଏପରିକି ବିକ୍ରି ପରବର୍ତ୍ତୀ ସେବା ଓ ଗ୍ରାହକସନ୍ତୁଷ୍ଟିକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share