Categories: ଫୁରସତ

ଭଗବାନ୍‌ଙ୍କ ସବୁଠୁ ମୂଲ୍ୟବାନ୍‌ ଉପହାର ମାତାପିତା

ଭାରତୀୟ ସଂସ୍କୃତିରେ ମାତାପିତାଙ୍କୁ ଚଳନ୍ତି ଭଗବାନ ମାନ୍ୟତା ଦିଆଯାଇଛି। କୁହାଯାଏ ଯେ, ମାତାପିତା ହେଉଛନ୍ତି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସବୁଠାରୁ ମୂଲ୍ୟବାନ ଉପହାର ଏବଂ ଜୀବନରେ କେହି ସେମାନଙ୍କ ସ୍ଥାନ ନେଇ ପାରିବେ ନାହିଁ। ମାତାପିତାଙ୍କ ଉତ୍ସର୍ଗ, ପ୍ରେମ ଓ ବଳିଦାନକୁ ସମ୍ମାନ ଦେବା ପାଇଁ ‘ଗ୍ଲୋବାଲ ପ୍ୟାରେଣ୍ଟସ ଡେ’ ପ୍ରତିବର୍ଷ ଜୁନ ୧ରେ ପାଳନ କରାଯାଏ। ମାତାପିତାଙ୍କ ବଳିଦାନକୁ ପ୍ରଶଂସା କରିବା ପାଇଁ ‘ଗ୍ଲୋବାଲ ପ୍ୟାରେଣ୍ଟସ ଡେ’ ଏକ ବିଶେଷ ସୁଯୋଗ ପ୍ରଦାନ କରେ।
ଜାତିସଂଘର ସାଧାରଣ ସଭା ଦ୍ୱାରା ୨୦୧୨ରେ ଏକ ସଂକଳ୍ପ ପାରିତ କରି ଜୁନ୍‌ ୧କୁ ‘ଗ୍ଲୋବାଲ ପ୍ୟାରେଣ୍ଟସ ଡେ’ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ବିଭିନ୍ନ ଦେଶରେ ଏହା ବିଭିନ୍ନ ତାରିଖରେ ପାଳନ କରାଯାଏ। ଆମେରିକାରେ ଯେପରି ଏହା ଜୁଲାଇ ମାସର ଚତୁର୍ଥ ରବିବାର, ଦକ୍ଷିଣ କୋରିଆ ମେ ୮ରେ ପାଳନ କରାଯାଏ। ଦୈନନ୍ଦିନ ଜୀବନରେ ଦାୟିତ୍ୱପ୍ରାପ୍ତ ମାତାପିତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ଦିନଟି ସ୍ବୀକୃତି ଦେଇଥାଏ। ଚଳିତବର୍ଷ ‘ଗ୍ଲୋବାଲ ପ୍ୟାରେଣ୍ଟସ ଡେ’ର ଥିମ୍‌ ରହିଛି ‘ଦ ପ୍ରମିଜ୍‌ ଅଫ୍‌ ପ୍ଲେଫୁଲ୍‌ ପ୍ୟାରେଣ୍ଟିଙ୍ଗ୍‌’।

Share