Categories: ଜାତୀୟ

ଗଡସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ, ପ୍ରଜ୍ଞା ତାଙ୍କ ଆତ୍ମାକୁ ହତ୍ୟା କଲେ: କୈଳାସ ଶତ୍ୟାର୍ଥୀ

ନୂଆଦିଲ୍ଲୀ,୧୮।୫: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ କମଲ ହାସନ ଦେଇଥିବା ବୟାନ ପରେ ରାଜନୀତି ହୋଇଥିଲା ସରଗରମ। ହାସନ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିଥିବା ବେଳେ ଭାଜପା ନେତ୍ରୀ ପ୍ରଜ୍ଞା ସିଂ ଠାକୁର କହିଥିଲେ ଗଡସେ ଦେଶଭକ୍ତ। ଏହାପରେ ଏହାକୁ ନେଇ ଉଠିଥିଲା ନାନା ବିବାଦ। ଏବେ ଏହି ବିବାଦକୁ ନେଇ ଟୁଇଟ୍‌ କରିଛନ୍ତି ନୋବୋଲ ବିଜେତା କୈଳାସ ଶତ୍ୟାର୍ଥୀ। ୬୫ ବର୍ଷୀୟ ଏହି ଶିଶୁ ଅଧିକାର କର୍ମୀ କହିଛନ୍ତି, ଗଡସେ ମାହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ, ହେଲେ ପ୍ରଜ୍ଞା ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରେ ତାଙ୍କ ଆତ୍ମାକୁ ହତ୍ୟା କରାଯାଇଛି। ସେ କହିଛନ୍ତି ଗାନ୍ଧୀ ସବୁ ଦଳରୁ ଊର୍ଦ୍ଧ୍ୱରେ ଥିଲେ। ତେଣୁ ତାଙ୍କୁ ନେଇ ରାଜନୀତିରେ ଫାଇଦା ଉଠାଇବା ଉଚିତ୍‌ ନୁହେଁ।

Share