Categories: ଜାତୀୟ

ଗୋଡସେ ଭାରତ ମାଆର ପୁଅ: ଗିରିରାଜ ସିଂ

ନୂଆଦିଲ୍ଲୀ,୯।୬: ମୋଦି ସରକାରରେ ଗ୍ରାମୀଣ ଉନ୍ନୟନ ଏବଂ ପଞ୍ଚାୟତରାଜ ଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ ଭାରତର ପୁତ୍ର ବୋଲି ବର୍ଣ୍ଣନା କରିଛନ୍ତି। ଖବର ସରବରାହ ସଂସ୍ଥା ଏନାଇକୁ ସାକ୍ଷାତକାର ଦେଇ କେନ୍ଦ୍ର ମନ୍ତ୍ରୀ ଏ ବିଷୟରେ କହିଛନ୍ତି। ଯାହାର ଭିଡିଓ ଭାଇରାଲ ହୋଇଛି।

ଭିଡିଓରେ ସେ କହିଛନ୍ତି, ଯଦି ଗୋଡସେ ଗାନ୍ଧୀଙ୍କ ହତ୍ୟାକାରୀ ତେବେ ସେ ମଧ୍ୟ ଆମ ଦେଶର ପୁଅ। ସେ ଭାରତରେ ଜନ୍ମଗ୍ରହଣ କରିଥିଲେ। ଔରଙ୍ଗଜେବ ଏବଂ ବାବରଙ୍କ ପରି ସେ ଆକ୍ରମଣକାରୀ ନୁହଁନ୍ତି। ଯିଏ ବାବୁରଙ୍କ ପୁଅ ବୋଲି କହି ଖୁସି ଅନୁଭବ କରୁଛି। ସେ କେବେ ଭାରତ ମାଆର ପ୍ରକୃତ ପୁଅ ହୋଇପାରିବେ ନାହିଁ।

Share