Categories: ଜାତୀୟ

ଚର୍ଚ୍ଚ ଗଲେ ଅବା କ୍ରସ୍‌ ପିନ୍ଧଲେ ଏସ୍‌ସି ପ୍ରମାଣପତ୍ର ହେବନି ରଦ୍ଦ, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୯।୧୦: ଚର୍ଚ୍ଚ ଗଲେ. କ୍ରସ୍‌ ପିନ୍ଧଲେ ଅନ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କଲେ ଏସ୍‌ସି ପ୍ରମାଣପତ୍ରକୁ ରଦ୍ଦ କରାଯାଇ ପାରିବ ନାହିଁ। ହାଇାକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ଏମ୍‌ ଦୁରାଇସ୍ବାମୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି। ରାମନାଥପୁରମର ଜଣେ ମହିଳା ଡାକ୍ତରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ ସେ ଜଣେ ଖ୍ରୀଷ୍ଟିଆନଙ୍କୁ ବିବାହ କରି ତାଙ୍କ କ୍ଲିନିକରେ କ୍ରସ ରଖିଥିବାରୁ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି ବୋଲି ଅଧିକାରୀଦ୍ୱାରା ଗଠିତ କମିଟି ପକ୍ଷରୁ ଗ୍ରହଣ କରାଯାଇଛି।

ପ୍ରଧାନ ବିଚାରପତି କହିଛନ୍ତି, ଏହା ସମ୍ଭବ ଯେ ଆବେଦନକାରୀ ତାଙ୍କ ସ୍ବାମୀ ଏବଂ ପିଲାମାନଙ୍କ ସହିତ ରବିବାର ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଇଥିବେ। କିନ୍ତୁ ଜଣେ ବ୍ୟକ୍ତି ଚର୍ଚ୍ଚକୁ ଯିିବା କେବଳ ଅର୍ଥ ନୁହେଁ ଯେ ସେ ତାଙ୍କର ମୂଳ ବିଶ୍ୱାସକୁ ସମ୍ପୂର୍ଣ୍ଣ ତ୍ୟାଗ କରିଛନ୍ତି। ଅଧିକାରୀଙ୍କ ଏହି ମନୋଭାବ ସେମାନଙ୍କର ସଂକୀର୍ଣ୍ଣ ମନୋଭାବକୁ ଦର୍ଶାଉଛି। ଯାହାକୁ ଭାରତୀୟ ସମ୍ବିଧାନ ପ୍ରୋତ୍ସାହିତ କରେ ନାହିଁ କୋର୍ଟ କହିଛନ୍ତି ଯେ କର୍ତ୍ତୃପକ୍ଷ କୌଣସି ପ୍ରମାଣ ବିନା ନିଷ୍ପତ୍ତି ନେଇ ଆବେଦନକାରୀଙ୍କ ସମ୍ପ୍ରଦାୟ ପ୍ରମାଣପତ୍ର ବାତିଲ କରିଛନ୍ତି। ବର୍ତ୍ତମାନ କୋର୍ଟ ଏହି ଆଦେଶକୁ ବାତିଲ କରି ପୁଣି ପ୍ରମାଣପତ୍ରକୁ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ, ୨୦୧୫ରେ ପାସ ହୋଇଥିବା ଏକ ବିଜ୍ଞପ୍ତିକୁ ଦର୍ଶାଇ ସରକାରଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଆବେଦନକାରୀ ହାଇକୋର୍ଟଙ୍କ ନିକଟକୁ ଯିବା ପରିବର୍ତ୍ତେ ସମ୍ପୃକ୍ତ ସରକାରୀ ବିଭାଗ ନିକଟରେ ଆବେଦନ କରିବାକୁ ଚାହୁଁଛନ୍ତି।ତେବେ ବିଚାରପତିମାନେ ଦର୍ଶାଇଛନ୍ତି ଯେ କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ବିରୋଧରେ ଆବେଦନକାରୀ କେବଳ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଆବେଦନ କରିପାରିବେ।

Share