Categories: ବାଣିଜ୍ୟ

ଭୁବନେଶ୍ୱରରେ ‘ଗୋଇଲା ବଟର ଚିକେନ୍‌’

ଭୁବନେଶ୍ୱର,୩୧।୧୦ : ପ୍ରସିଦ୍ଧ ମାଷ୍ଟର ସେଫ୍‌ ସାରାଂଶ ଗୋଇଲାଙ୍କ ସ୍ବତନ୍ତ୍ର ରେସିପିରେ ପ୍ରସ୍ତୁତ ଗୋଇଲା ବଟର ଚିକେନ୍‌ ଏଣିକି ଭୁବନେଶ୍ୱରରେ ମଧ୍ୟ ମିଳିବ। ସାରାଂଶ ଏବଂ ‘ଗୋଇଲା ଚିକେନ’ର ସହ ପ୍ରତିଷ୍ଠାତା ବିବେକ ସାହାଣୀଙ୍କ ଉଦ୍ୟମରେ ଏହା ରାଜଧାନୀବାସୀଙ୍କୁ ଏଣିକି ହାତପାଆନ୍ତାରେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ମିଳିପାରିବ। ସୋମବାର ଗଣମାଧ୍ୟମକୁ ସମ୍ବୋଧିତ କରି ସାରାଂଶ କହିଛନ୍ତି, ଗୋଇଲା ବଟର ଚିକେନ୍‌ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିବାବେଳେ ନାନ୍‌ ବମ୍ବସ୍‌, କ୍ଲାସିକ୍‌ ଚିକେନ୍‌ ଟିକା, ଗୋଇଲା ବଟର ପନିର, ଦାଲ ମଖନୀ ଆଦିର ମଧ୍ୟ ଖୁବ୍‌ ଚାହିଦା ରହିଛି। ଭେଜ ହେଉ କି ନନ୍‌ଭେଜ୍‌, ଷ୍ଟାର୍ଟର ହେଉ କି ମେନ୍‌ କୋର୍ସ ସବୁଥିରେ ଗୋଇଲାଙ୍କ ସିକ୍ରେଟ୍‌ ରେସିପି ରହିବ। ଜମାଟୋ ଓ ସ୍ବିଗିରେ ଅର୍ଡର କରିଲେ ମାତ୍ର କିଛି ସମୟ ମଧ୍ୟରେ ସହରର ଯେକୌଣସି ସ୍ଥାନରେ ମନପସନ୍ଦର ଖାଦ୍ୟ ପହଞ୍ଚତ୍ୟିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ସେ କଟକର ଦହିବରା ଓ ପାହାଳ ଓ ରସଗୋଲା ତାଙ୍କୁ ଖୁବ୍‌ ଭଲ ଲାଗିଥିବା କହିଛନ୍ତି। ଭୁବନେଶ୍ୱର ଆସିଥିବାରୁ ସେ ଲିଙ୍ଗରାଜଙ୍କ ଦର୍ଶନ କରିବେ ଏବଂ ପୁଣି ଥରେ ଓଡ଼ିଶା ଆସିଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିବେ ବୋଲି କହିଛନ୍ତି। ଭୁବନେଶ୍ୱରବାସୀ ବେଶ୍‌ ଖାଦ୍ୟପ୍ରେମୀ ହୋଇଥିବାବେଳେ ‘ଗୋଇଲା ବଟର ଚିକେନ୍‌’ ସ୍ବାସ୍ଥ୍ୟକର ତଥା ସ୍ବାଦିଷ୍ଟ ଖାଦ୍ୟ ସେମାନଙ୍କୁ ଯୋଗାଇଦେବ ବୋଲି କହିଛନ୍ତି। ୨୦୧୬ରୁ ସାରାଂଶଙ୍କ ‘ଗୋଇଲା ବଟର ଚିକେନ’ ଯାତ୍ରା ଆରମ୍ଭ ହୋଇଥିଲା ସାଧାରଣ ଭାବେ ନିଜ ରୋଷେଇ ଘରୁ । ମାତ୍ର କ୍ରମେ ସେ ଜଣେ ପ୍ରସିଦ୍ଧ ଭାରତୀୟ ସେଫ୍‌ ଭାବେ ପରିଚୟ ଲାଭ କରିଥିଲେ। ତେବେ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୮ରୁ ଅଧିକ ସହରର ପ୍ରାୟ ୮୦ଟି ଷ୍ଟୋରରେ ପହଞ୍ଚତ୍ଛି। ଜଣେ ସଫଳ ଉଦ୍ୟୋଗୀ ତଥା ଲେଖକ ଭାବେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ସାରାଂଶଙ୍କ ବେଶ୍‌ ଖ୍ୟାତି ରହିଛି।

Share