Posted inଜାତୀୟ

ବିଦେଶ ଯାଉଛନ୍ତି, ମଣିପୁର ଆସନ୍ତୁ

ଇମ୍ଫାଲ/କୋଲକାତା/ନୂଆଦିଲ୍ଲୀ,୨୪ା୭: ମେଇତି ସମ୍ପ୍ରଦାୟ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ମାନ୍ୟତା ଦାବି କରିବା ପରେ ମଣିପୁର ହାଇକୋର୍ଟଙ୍କ ଏ ସମ୍ପର୍କିତ ରାୟ ଉତ୍ତର-ପୂର୍ବ ରାଜ୍ୟରେ ନିଅଁା ଲଗାଇ ଦେଇଥିଲା। ମେ’ ୩ରୁ ଜାତିଆଣ ହିଂସା ଏବଂ ଯୌନହିଂସାରେ ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେବେଠୁ ଅଦ୍ୟାବଧି ୭ ଦେଶ ଗସ୍ତ କଲେଣି। ଏହି ଉଚ୍ଚସ୍ତରୀୟ ଗସ୍ତବେଳେ ୧.୭୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ଭାବେ କୁହାଯାଉଛି, ଯାହାକି ପ୍ରକୃତରେ ଆହୁରି ଅଧିକ ହୋଇପାରେ। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିସାରିଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ କାହିଁକି ହିଂସା ପ୍ରଭାବିତ ରାଜ୍ୟକୁ ଯାଉନାହାନ୍ତି ବୋଲି ଅନେକ ବିରୋଧୀ ନେତା, ସାମାଜିକ କର୍ମୀ ଓ ଅଧିକାର କର୍ମୀ ପ୍ରଶ୍ନ କରିଛନ୍ତି।

ଭାଜପା ଶାସିତ ଜାତିଆଣ ହିଂସା ଓ ଯୌନ ହିଂସା ପ୍ରଭାବିତ ମଣିପୁରରେ ଆଦିବାସୀ ମହିଳାମାନଙ୍କୁ ଉଲଗ୍ନ ପରେଡ୍‌ ଏବଂ ଗଣବଳାତ୍କାର କରାଯିବା ଘଟଣାକୁ ରବିବାର ନାଗରିକ ଅଧିକାର କର୍ମୀ ଇରୋମ ଚାନୁ ଶର୍ମିଲା ଅତ୍ୟନ୍ତ ଅମାନବୀୟ ବୋଲି ଅଭିହିତ କରିଛନ୍ତି। ତାଙ୍କ ରାଜ୍ୟର ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କାଳ ହସ୍ତକ୍ଷେପ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। କେବଳ ଏତିକି ନୁହେଁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂ ନିଜ ବିଫଳତା ସ୍ବୀକାର କରି ଉତ୍ତର-ପୂର୍ବ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ‘ଲୌହମାନବୀ’ ନାମରେ ପରିଚିତତା ୫୧ ବର୍ଷୀୟା ପୁରସ୍କାର ବିଜୟିନୀ ଇରୋମ ଦାବି କରିଛନ୍ତି। ଅତୀତରେ ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା) ଆଇନ (ଏଏଫ୍‌ଏସ୍‌ପିଏ) ଉଚ୍ଛେଦ ଦାବିରେ ଦୀର୍ଘ ୧୬ ବର୍ଷ ଧରି ଅନଶନ କରିଥିବା ମଣିପୁର ବାସିନ୍ଦା ଇରୋମ ଶର୍ମିଲା ଏକ ସାକ୍ଷାତ୍‌କାରରେ କହିଛନ୍ତି, ମେ’ ୪ରେ କାଗ୍‌ପୋକ୍‌ପି ଜିଲାରେ ୨ ଜଣ ମହିଳାଙ୍କ ଦେହରୁ ପୋଷାକ କାଢ଼ି ସେମାନଙ୍କୁ ଉଲଗ୍ନ ବୁଲାଯିବାବେଳର ଭିଡିଓ ଦେଖିବା ପରେ କାନ୍ଦି ପକାଇଥିଲେ। ଜୁଲାଇ ୧୯ରେ ସାମ୍ନାକୁ ଆସିଥିବା ଏହି ଦୃଶ୍ୟ ଅମାନବୀୟ ଏବଂ ବିଚଳିତ କରିଦେବା ଭଳି, ଯାହାକୁ ଦେଖି ସେ ଚକିତ, ମର୍ମାହତ।

ଏହା ସ୍ପଷ୍ଟ ଯେ ମଣିପୁରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାକୁ ଚାଲିଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ନୀରବ ରହିଛନ୍ତି? ସେ ମଣିପୁରବାସୀଙ୍କୁ ସୁରକ୍ଷା ଦେବା ଉଚିତ। ମଣିପୁର ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ନେଇ ସେ ଚିନ୍ତିତ ଥିଲେ ଏଥିରେ ନିଶ୍ଚିତ ଭାବେ ହସ୍ତକ୍ଷେପ କରିବେ। ଗୁଜରାଟ ଜନତାଙ୍କ ଭଳି ମଣିପୁରୀମାନେ ମଧ୍ୟ ତାଙ୍କ ନେତୃତ୍ୱ ଆବଶ୍ୟକ କରୁଛନ୍ତି। ଆଇରନ୍‌ ଲେଡି ଇରୋମଙ୍କ ମତରେ ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂ ମତଭେଦ ଦୂର କରି ରାଜ୍ୟର ସମସ୍ତ ୬୦ ବିଧାୟକଙ୍କ ସହ ଆଲୋଚନା କରିବା ଉଚିତ। ଜଣ ଜଣ କରି ସମସ୍ତଙ୍କ ମତାମତ ନେଇ ମେଇତି-କୁକି ସମ୍ପ୍ରଦାୟ ମଧ୍ୟରେ ଲାଗିରହିଥିବା ହିଂସାରେ ପୂର୍ଣ୍ଣଚ୍ଛେଦ ପକାଇବା ହେଉଛି ବର୍ତ୍ତମାନ ସମୟର ସର୍ବୋଚ୍ଚ ପ୍ରାଥମିକତା ବୋଲି ଇରୋମ କହିଛନ୍ତି। ଇତିମଧ୍ୟରେ ମଣିପୁର ସରକାରଙ୍କ ଦାଗିଦ୍‌କୁ ଭ୍ରୂକ୍ଷେପ ନ କରି ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଳ୍ୟୁ) ଅଧ୍ୟକ୍ଷା ସ୍ବାତୀ ମାଲିଆଲ ଇମ୍ଫାଲରେ ପହଞ୍ଚତ୍ଛନ୍ତି। ଯୌନହିଂସାର ଶିକାର ହୋଇଥିବା

ପୀଡ଼ିତାମାନଙ୍କୁ ଭେଟି ସେ ଆଇନଗତ ସହାୟତା ପ୍ରଦାନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଯିବେ। ଏନେଇ ସ୍ବାତୀ କହିଛନ୍ତି, ପୀଡ଼ିତାଙ୍କୁ ଭେଟିବା ପାଇଁ ଦୟାକରି ମୋତେ ଅନୁମତି ଦିଆଯାଉ। ମୁଁ ଏଠାକୁ ରାଜନୀତି କରିବାକୁ ଆସିନାହିଁ। ପ୍ରଧାନମନ୍ତ୍ରୀ ମୋଦି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଣିପୁର ଗସ୍ତ କରନ୍ତୁ। ମୁଁ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବାକୁ ଚେଷ୍ଟା କରିବି ବୋଲି ଇମ୍ଫାଲ ବିମାନବନ୍ଦରରେ ପହଞ୍ଚତ୍ବା ପରେ ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି। ଇମ୍ଫାଲ ଗସ୍ତ ପୂର୍ବରୁ ରାଜ୍ୟ ସରକାର ଆଇନ ଶୃଙ୍ଖଳା ଆଳ ଦେଖାଇ ତାଙ୍କୁ ସେଠାକୁ ଯିବାକୁ ବାରଣ କରିଥିଲେ।

ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଉଦାସୀନତାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଏନ୍‌. ବିରେନ୍‌ ସିଂ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ମଣିପୁରକୁ ଶାନ୍ତି ଫେରିବ ନାହିଁ। ପ୍ରଧାନମନ୍ତ୍ରୀ ଏହି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଡବଲ ଇଞ୍ଜିନ୍‌ ସରକାରର ପତନକୁ ଘଣ୍ଟ ଘୋଡ଼ାଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକୁ ନିନ୍ଦିତ କରନ୍ତୁ ନାହିଁ। ମଣିପୁର ପ୍ରସଙ୍ଗରେ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ୨ ଦିନ ବେକାର ଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ ଦଳଗୁଡ଼ିକୁ ହାତଯୋଡ଼ି ଗୃହ ଚଳାଇବାକୁ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତି କରା ନ ଯାଉ ବୋଲି ଅନୁରାଗ କହିଛନ୍ତି। ସୋମବାର ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପାର୍ଲାମେଣ୍ଟରେ ମିଳିତ ବିକ୍ଷୋଭ କରିବାକୁ ଥିବାବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଏହି ମନ୍ତବ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri