କଇଁଫୁଲ ତୋଳିବାକୁ ଯାଇ…

ଝୁମ୍ପୁରୀ,୧୮ା୧୦(ଡି.ଏନ.ଏ.): ସୋମବାର ବୈତରଣୀ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛିା ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ମୃତକ ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ ଡୋଭାବିଲ ଗ୍ରାମର ଶ୍ରୀକାନ୍ତ ଜେନାଙ୍କ ପୁଅ ବିଭୂତି ଭୂଷଣ(୧୨), ଉମାକାନ୍ତ ଜେନାଙ୍କ ପୁଅ ଦିବ୍ୟରଞ୍ଜନ(୧୫) ଓ ବିଜୟ ଜେନାଙ୍କ ପୁଅ ଶୁଭମ୍‌(୧୧)। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସୋମବାର ଏହି ୩ ସାଙ୍ଗ ଗୋପକୂଳ ବୈତରଣୀ ନଦୀପଠାକୁ କୁମାର ପୂର୍ଣ୍ଣିମା ପାଇଁ କଇଁଫୁଲ ତୋଳିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ପାଣିରେ ପଶିବା ପରେ ପ୍ରଥମେ ବିଭୂତି ବୁଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଦିବ୍ୟରଞ୍ଜନ ଓ ଶୁଭମ୍‌ ଉଦ୍ୟମ କରୁଥିବାବେଳେ ସେମାନେ ମଧ୍ୟ ବୁଡ଼ିଯାଇଥିଲେ । ଗ୍ରାମର କେତେଜଣ ଯୁବକ ପହଁରି ପାଣିରୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ବିଭୂତି ଓ ଦିବ୍ୟରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଝୁମ୍ପୁରୀ ବିଟ୍‌ ହାଉସ୍‌ ପୋଲିସ ଓ ମଙ୍ଗଳପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ସମସ୍ୟାକୁ ନେଇ ଏମିତି କହିଦେଲେ ନବୀନ

ପଟ୍ଟାମୁଣ୍ଡାଇ, ୧ା୧(କଳ୍ପତରୁ ନାୟକ):ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁ...

ନବ ବଷର୍ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ କୃପାରୁ…

ଭୁବନେଶ୍ୱର,୧।୧: ମୁଖ୍ୟମନ୍ତ୍ରୀ ମୋହନ ମାଝି ଇଂରାଜି ନବ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ନବବର୍ଷ...

ଚାଷୀଙ୍କ ଧାରଣାକୁ ପ୍ରଶାସନର ଅଣଦେଖା

ବରଗଡ଼,୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ଜିଲାର ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି। କିନ୍ତୁ ଉକ୍ତ ଧାନକୁ...

୨୦୦ ଆପରାଧିକ ମାମଲା, ୧୬୦ ସରକାରୀ ବାବୁ ଗିରଫ

ଭୁବନେଶ୍ୱର,୧ା୧(ସତ୍ୟଜିତ୍‌ ରାଉତ):ସରକାରୀ ଅର୍ଥ ଆତ୍ମସାତ୍‌ ହେଉ କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ଲାଞ୍ଚ ମାମଲା। ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ଭିଜିଲାନ୍ସ ଜାଲରେ ଫସିବା...

ଆଜିଠୁ ଅଚଳ ହେବ ୩ ବର୍ଗର ବ୍ୟାଙ୍କ ଆକାଉଣ୍ଟ: ଆର୍‌ବିଆଇ

ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ୨୦୨୫ର ପ୍ରଥମ ଦିନରୁ ବ୍ୟାଙ୍କ କାରବାର ସମ୍ପର୍କିତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାନୁଆରୀ ପହିଲାରୁ ୩ ପ୍ରକାରର ବ୍ୟାଙ୍କ...

ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର,୧।୧(ସୁଚିସ୍ମିତା ସାହୁ):ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକ ପାରମ୍ପରିକ ଚିତ୍ରକଳାରେ ଝଲସୁଛି। ଏଥିରେ ଓଡ଼ିଶାର ଲୋକକଳା, ପରମ୍ପରା,...

ପାରାଗ୍ଲାଇଡିଂ, ପାରା ଲ୍ୟାଣ୍ଡିଂର ମଜା ନେଉଛନ୍ତି ପର୍ଯ୍ୟଟକ

କୋରାପୁଟ,୧ା୧(ଅମିତାଭ ବେହେରା):କୋରାପୁଟ ଜିଲା ସେମିଳିଗୁଡ଼ାର କୁନ୍ଦୁଲିରୁ କୋଟିଆ ଆଡ଼କୁ ଦେଓମାଳି ପର୍ବତ ରହିଛି। ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଏହା ଓଡ଼ିଶାର ଉଚ୍ଚତମ...

‘ଶହୀଦ ମାଧୋ ସିଂଙ୍କ ବୀରଗାଥା ପାଠ୍ୟ ପୁସ୍ତକରେ ସାମିଲ ହେଉ’

ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ) :- ଶହୀଦ ବୀର ମାଧୋ ସିଂ ଓ ପରିବାର ବର୍ଗଙ୍କ ସଶସ୍ତ୍ର ସାଧୀନତା ସଂଗ୍ରାମରେ ଅବଦାନ ଅନସ୍ବୀକାର୍ଯ୍ୟ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri