ଅଟୋରୁ ଓହ୍ଲାଇ ମଲ୍‌ ଯିବା ଏହି ଅଭିନେତାଙ୍କ ପାଇଁ ଥିଲା କଷ୍ଟକର, ମହିଳା ପ୍ରଶଂସକମାନେ କରୁଥିଲେ ଏମିତି

ବଲିଉଡ୍‌ ଅଭିନେତା ତଥା ‘ତୁମ୍‌ ବିନ୍‌’ ଫିଲ୍ମ ହିରୋ ପ୍ରିୟାଂଶୁ ଚାଟାର୍ଜୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି କଥା ।
ଏକ ସାକ୍ଷାତକାରରେ ପ୍ରିୟାଂଶୁ କହିଛନ୍ତି, ମୋର ପ୍ରଥମ ଫିଲ୍ମ ସୁପରହିଟ ଥିଲା। ନିର୍ମାତା ଏହି ଫିଲ୍ମରୁ ବହୁତ ଟଙ୍କା ରୋଜଗାର କରିଥିଲେ ଏବଂ ମୁଁ ଏଥିରୁ ବହୁତ ନାଁ କମାଇ ଥିଲି। ବିଶେଷ କଥା ହେଉଛି ମୁଁ ଏକ ଲୋକପ୍ରିୟ ଚଳଚ୍ଚିତ୍ରର ଷ୍ଟାର ଭଳି ‘ତୁମ ବିନ’ରୁ ଫିସ ପାଇନାହିଁ । ଫିଲ୍ମ ରିଲିଜ ହେବା ପରେ ମୋ ଅଟୋରୁ ଓହ୍ଲାଇ ମଲ ଯିବା ମଧ୍ୟ କଷ୍ଟସାଧ୍ୟ ଥିଲା। ମୋର ମହିଳା ପ୍ରଶଂସକମାନେ ମୋତେ ଛୁଇଁବା ପାଇଁ ମୋ ଚାରିପାଖରେ ରହୁଥିଲେ।

Share