ପଶ୍ଚିମବଙ୍ଗ ଗଲେ ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,୬।୫(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ ଆର୍‌ପିସିଆର ନେଗେଟିଭ୍‌ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ ନେଇ ଭୁବନେଶ୍ବର ରେଳ ଷ୍ଟେଶନରେ କଟକଣା ଲାଗୁ କରାଯାଇଛି।

ଅନ୍ୟ ରାଜ୍ୟରୁ ପଶ୍ଚିମବଙ୍ଗର ଯେକୌଣସି ସ୍ଥାନକୁ ଯାଉଥିବା ଟ୍ରେନ୍‌ ଯାତ୍ରୀମାନଙ୍କୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଥିବା ଆବଶ୍ୟକ। ଏହି ରିପୋର୍ଟ ମୂଳ ଷ୍ଟେଶନରୁ ଟ୍ରେନ୍‌ ଛାଡ଼ିବାର ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଥିବା ଆବଶ୍ୟକ।

ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ୍‌ ଯାତ୍ରୀମାନଙ୍କୁ ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି।

Share