ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଏକ ଗୁଣ୍ଡୁଚିମୂଷା ଅମୃତଭଣ୍ଡା ଗଛରେ ଚଢ଼ିଛି। ପରେ ଏକ ପାଚିଲା ଅମୃତଭଣ୍ଡା ତଳ ପଟୁ କଣା କରି ମୁହଁ ପୁରାଇ ଖାଉଛି।
ଏହି ଫଟୋକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହା ଭାଇରାଲ ହେବାରେ ଲାଗିଛି।
Who doesn’t love a ripe Papaya💚
In Odia we call it Amrut bhanda-the nectar fruit.High in vitamin C & A, it also has powerful antioxidant effects due to presence of carotenoids.Lycopene in papaya can reduce cancer risk & may improve ur heart health.
What’s the name in ur place? pic.twitter.com/xXC6eBX0Nx
— Susanta Nanda (@susantananda3) August 31, 2020