ଦିଗପହଣ୍ଡି,୨ା୭(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ବୁଧବାର ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଦେବୀ ଓ୍ବାର୍ଡ ନଂ.୧୩କୁ ୭ ଦିନ ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ଏନେଇ ବିଡ଼ିଓ ହଳଧର ଶବରଙ୍କୁ ସନ୍ଧ୍ୟାରେ ଜଣାଇଥିଲେ। ବିଡ଼ିଓ ଗୋକର୍ଣ୍ଣପୁରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଗୋକର୍ଣ୍ଣପୁର ଗ୍ରାମ ଅନୁସୂଚିତ ଜାତି ସାହିର ଜଣେ ୭୫ ବର୍ଷୀୟ ବୃଦ୍ଧ ମଧୁମେହ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ଯାଇଥିଲେ। ସେଠାରେ ସ୍ବାବ୍ ଟେଷ୍ଟ ପରେ କରୋନା ପଜିଟିଭ ଥିବା ଜଣାପଡିଥିଲା। ବୃଦ୍ଧ ଜଣକ ପରିବାର ଲୋକଙ୍କ ସହ ରହି ଆସୁଥିଲେ। ତେଣୁ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବା ସେ କହିଛନ୍ତି। ସେହିପରି ଚୌଧୁରୀ ଟିକରପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ ଆସିବାପରେ ବୁଧବାର ସନ୍ଧ୍ୟାରେ ବ୍ରହ୍ମପୁର ସ୍ଥିତ କୋଭିଡ୍ କେୟାର ହସ୍ପିଟାଲକୁ ପଠାଯାଇଛି।