Categories: ଖେଳ

ଗୋକୁଳମ କେରଳକୁ ହ୍ୟାଟ୍ରିକ୍‌ ଟାଇଟଲ

ଅହମଦାବାଦ, ୨୨ା୫ (ପି.ଟି.): ଗୋକୁଳମ କେରଳ ଚଳିତବର୍ଷର ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୫-୦ ଗୋଲ୍‌ରେ କିକ୍‌ଷ୍ଟାର୍ଟ ଏଫ୍‌ସି କର୍ନାଟକକୁ ପରାସ୍ତ କରିଛି। କ୍ରମାଗତ ୩ ସିଜନ ଚାମ୍ପିୟନ ହୋଇ ଦଳ ହ୍ୟାଟ୍ରିକ କରିଛନ୍ତି। ମ୍ୟାଚରେ ପ୍ରଧାନ୍ୟ ବିସ୍ତାର କରି ଖେଳିଥିବା ଗୋକୁଳମ କେରଳ ତରଫରୁ ସନ୍ଧ୍ୟା ରଙ୍ଗନାଥନ (୨୨ତମ ଓ ୫୨ତମ ମିନିଟ) ଦୁଇଟି ଗୋଲ୍‌ ଦେଇଥିବା ବେଳେ ସବିତ୍ରା ଭଣ୍ଡାରୀ (୫ମ), ଇନ୍ଦୁମତି କାଥିରେସାନ (୩୭ତମ) ଓ ରୋଜା ଦେବୀ (୮୦ତମ) ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ।

Share