ଗୋକୁଳାନନ୍ଦ ପୀଠ ରାସ୍ତା ଅନ୍ଧକାର

ଖଣ୍ଡପଡ଼ା,୨୪ା୩ (ଅଜୟ କୁମାର ମହାରଣା):ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଧାମୂଳାସ୍ଥ ଗୋକୁଳାନନ୍ଦ ପୀଠ ଏବଂ ତତ୍‌ସଂଲଗ୍ନ ମଧୁକର୍ଣ୍ଣିକା ପାହାଡ଼ରେ ଅବସ୍ଥିତ ଇକୋ ଟୁରିଜିମ ପରିବେଶ ପର୍ଯ୍ୟଟନସ୍ଥଳୀ କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତାରେ ଉଜ୍ୱଳ ଆଲୋକୀକରଣର ବ୍ୟବସ୍ଥା ନାହିଁ ା ସନ୍ଧ୍ୟା ହେଲେ ରାସ୍ତାଟି ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ବନ ବିଭାଗ ପକ୍ଷରୁ ଉକ୍ତ ପୀଠରେ ସାମଗ୍ରୀକ ବିକାଶ ନିମନ୍ତେ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ା ସେହି ଅନୁଦାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନଙ୍କ ରହିବା ଓ ଆମୋଦ ପ୍ରମୋଦ ନିମନ୍ତେ ଏକାଧିକ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ମାତ୍ର ଗୋକୁଳାନନ୍ଦ ପୀଠକୁ ସଂଯୋଗ କରୁଥିବା ରାସ୍ତାରୁ ପାହାଡ଼ିଆ ଜଙ୍ଗଲ ରାସ୍ତା ଦେଇ ପରିବେଶ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ରାସ୍ତାରେ ଏକାଧିକ ବିଦ୍ୟୁତ ଖୁଣ୍ଟ ସ୍ଥାପନ କରାଯାଇଥିଲେ ହେଁ ସେଥିରେ ଉଜ୍ୱଳ ଆଲୋକୀକରଣର ବ୍ୟବସ୍ଥା କରାଯାଇନାହିଁ। ଫଳରେ ରାତିରେ ପର୍ଯ୍ୟଟକମାନେ ପାହାଡ଼ିଆ ରାସ୍ତା ଦେଇ ପରିବେଶ ପର୍ଯ୍ୟଟନସ୍ଥଳୀକୁ ଯାତାୟତ ନିମନ୍ତେ ସୁରକ୍ଷିତ ମଣୁ ନାହାନ୍ତି। ଉକ୍ତ ମଧୁକର୍ଣ୍ଣିକା ପାହାଡ଼ ଓ ସଂଲଗ୍ନ ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବିଷଧର ସରୀସୃପ, ଭାଲୁ, ବାରହା ପରି ହିଂସ୍ର ବନ୍ୟଜନ୍ତୁ ବାସ କରୁଛନ୍ତି ା ରାତି ଅନ୍ଧକାରରେ ଏହି ନିର୍ଜନ ରାସ୍ତା ଦେଇ ଯିବା ବେଳେ ବିଷଧର ସରୀସୃପ ଗୁଡିକ ଏଣେତେଣେ ବିଚରଣ କରୁଥିବା ପରିଲକ୍ଷିତ ହେଉଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷିତ ଯାତାୟତ ନିମନ୍ତେ ଉକ୍ତ ରାସ୍ତାରେ ଉଜ୍ୱଳ ଆଲୋକୀକରଣର ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ା ଏଥିପ୍ରତି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ନୟାଗଡ଼ ବନଖଣ୍ଡ ଅଧିକାରିଣୀ ଦୃଷ୍ଟି ଦେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ସୁନ୍ଦରଗଡ,୩ା୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତର ସରପଞ୍ଚ ବେନିୟମ କାର୍ଯ୍ୟ କରୁଥିବା ଅଭିଯୋଗ କରି ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଠାରେ...

ହେଲ୍‌ଥ ଓ୍ବାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ,୩।୧:ମଲ୍ଟି ପର୍ପସ ହେଲ୍‌ଥ ଓ୍ବାର୍କର(ଏମପିଏଚଡବ୍ଲ୍ୟୁ) ନିଯୁକ୍ତି ଉପରେ ରୋକ ଲଗାଇବାକୁ ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିସନ (ଓଏସଏସଏସ୍‌ସି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୦୨୪ରେ...

ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥାପ୍ରସ୍ତାବ: ୧୪ରେ ଭୋଟ ଗଣତି

ପାଟଣା,୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଜାନୁଆରୀ ୪ ତାରିଖରରେ ଅନାସ୍ଥା ପ୍ରସ୍ତାବପାଇଁ ବ୍ଲକ ସଭାଗୃହରେ ଭୋଟ...

ନାବାଳିକା ଛାତ୍ରୀଙ୍କ ଉଲଗ୍ନ ଫଟୋ ଭାଇରାଲ ଘଟଣା: ଜେଲ ଗଲେ ୨ ଅଭିଯୁକ୍ତ, ଜଣେ ଫେରାର

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି...

ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ: ଆଶୁ ଆରୋଗ୍ୟ କାମନା କଲେ ନବୀନ

ବରଗଡ଼,୩।୨(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଅସୁସ୍ଥ ହୋଇପଡ଼ିଛନ୍ତି। ଅଧିକ ଚିକିତ୍ସା...

ଆଗକୁ ପ୍ରଚଣ୍ଡ ତାତି: ଗାଁ ଗାଁରେ ପାନୀୟଜଳ ସମସ୍ୟା, ଅବଧି ଶେଷ ସୁଦ୍ଧା ସରିଛି ୩୦% କାର୍ଯ୍ୟ

ଥୁଆମୂଳ ରାମପୁର,୩।୧:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ସବୁଠୁ ପଛୁଆ ବ୍ଲକ ଭାବରେ ପରିଚିତ ଆଦିବାସୀ ଅଧୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକରେ ଅନେକ ସମସ୍ୟା ମଧ୍ୟରୁ...

ବିଶ୍ଵଶାନ୍ତି ରାମ ତାରକ ମହାଯଜ୍ଞ: ଚଳଚଞ୍ଚଳ ନୀଳକଣ୍ଠେଶର ଶୈବପୀଠ

ଦିଗପହଣ୍ଡି,୩।୧(ଅଶେଷ ନାଥ ମିଶ୍ର):ଗଞ୍ଜା ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେଦାରପୁର ଗ୍ରାମ ଶ୍ରୀ ନୀଳକଣ୍ଠେଶର ଶୈବପୀଠରେ ମାଘ ଶୁକ୍ଳ ଷଷ୍ଠୀ ସୋମବାର ଠାରୁ ବିଶଶାନ୍ତି...

ମାଇନିଙ୍ଗ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର୍ ଉଦଘାଟିତ: ଉପକୃତ ହେବେ ସ୍ଥାନୀୟ ଯୁବତୀ-ଯୁବକ

ଥୁଆମୂଳ ରାମପୁର,୩।୧:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ଠାରେ ଶନିବାର ଏସସିଏମସି ଏବଂ ସ୍କିଲ୍ ଇନ୍ ଓଡ଼ିଶା ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image