ପାରଳାଖେମୁଣ୍ଡି,୬ା୮(ଡି.ଏନ୍.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ପାରଳାଖେମୁଣ୍ଡି ଟାଉନ୍ହଲ୍ ନିକଟରେ ଥିବା ଜି.ଗୋବିନ୍ଦଙ୍କ ଘରୁ ୨୦ ଭରି ସୁନା ସହ ନଗଦ ୨ ଲକ୍ଷ ଟଙ୍କା ଚୋରି ହୋଇଛି। ଘର ପଛପଟ କବାଟ ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଜି. ଗୋବିନ୍ଦଙ୍କ ଝିଅ ବାହାଘର ଥିବାରୁ ପରିବାର ଲୋକେ କଲ୍ୟାଣମଣ୍ଡପରେ ଭୋଜିରେ ବ୍ୟସ୍ତ ଥିବାର ସୁଯୋଗ ନେଇ ଚୋରି ହୋଇଛି। ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Posted inଅପରାଧ, ଆମ ଜିଲା ଖବର, ଗଜପତି, ରାଜ୍ୟ