ସୁନା-ରୁପା ଶସ୍ତା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସୁନା ଏବଂ ରୁପା ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨.୫ ପ୍ରତିଶତ ଥିବାବେେଳେ ଏବେ ଏହା ୭.୫ ପ୍ରତିଶତକୁ କମାଇ ଦିଆଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ସେହିପରି ସୁନା ଏବଂ ରୁପା ବିସ୍କୁଟ ଉପରେ ମଧ୍ୟ ଉତ୍ପାଦ ଶୁୂଳ୍କ କମାଇ ଦିଆଯାଇଛି। ଏହାଦ୍ୱାରା ସୁନା ଏବଂ ରୁପା ଦାମ ଶସ୍ତା ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Share