Categories: ଖେଳ

ପାର୍ବତୀଙ୍କୁ ସ୍ବର୍ଣ୍ଣ, ରୌପ୍ୟ

ଭୁବନେଶ୍ୱର, ୧୮।୧୨ (ତପନ ସ୍ବାଇଁ): ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆଥଲେଟ୍‌ ପାର୍ବତୀ ସେଠୀ ବର୍ଷ ଶେଷରେ ପୁଣି ନିଜ ଚମକ ଦେଖାଇଛନ୍ତି। ନୂଆଦିଲ୍ଲୀର ଅକ୍ଷରଧାମ କମନ୍‌ଓ୍ବେଲ୍‌ଥ ଗେମ୍ସ ଭିଲେଜ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୩ୟ ଜାତୀୟ ଖେଲୋ ମାଷ୍ଟର ଗେମ୍ସରେ ସେ ଡିସ୍‌କସ୍‌ ଥ୍ରୋରେ ସ୍ବର୍ଣ୍ଣ ଏବଂ ଶଟ୍‌ପୁଟ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପାର୍ବତୀ ଦୀର୍ଘ ୩ ଦଶନ୍ଧୀରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟଠାରୁ ଆରମ୍ଭ କରି ଜାତୀୟ, ଅନ୍ତର୍ଜାତୀୟ ଓ ମାଷ୍ଟର୍ସ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ନିଜର ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି ପାର୍ବତୀ। ଓଡ଼ିଶା ସରକାର ସୁଯୋଗ ଦେଲେ ସେ ରାଜ୍ୟପାଇଁ ଭଲ ଡିସ୍‌କସ୍‌ ଖେଳାଳି ସୃଷ୍ଟି କରିବାରେ ସହଯୋଗ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

Share