Categories: ବାଣିଜ୍ୟ

ପିସିଏଲକୁ ଗୋଲ୍ଡ ଆୱାର୍ଡ

ନୂଆଦିଲ୍ଲୀ,୧୩।୪: ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲସ କର୍ପୋରେସନ ଲିମିଟେଡର ସହଯୋଗୀ କମ୍ପାନୀ ପରଫରମାନ୍ସ କେମିସର୍ଭ ଲିମିଟେଡ (ପିସିଏଲ)କୁ ନିକଟରେ ସମ୍ମାନଜନକ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷ କରି ପିସିଏଲ ଦ୍ୱାରା ସ୍ଥାପିତ ଗ୍ଲୋବାଲ ସ୍କେଲ ଆମୋନିଆ ପ୍ରକଳ୍ପକୁ ଉକ୍ତ ସମ୍ମାନ ଦିଆଯାଇଛି। ଏପରିକି ୨୦୨୨ ଜାନୁଆରୀ ୧ ରୁ ଡିସେମ୍ବର ୩୧ ମଧ୍ୟରେ ପିସିଏଲର ଉକ୍ତ ପ୍ରକଳ୍ପ ଅଞ୍ଚଳର ସ୍ବାସ୍ଥ୍ୟ ଓ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ସମ୍ମାନଜନକ ରୟାଲ ସୋସାଇଟି ଫର ଦି ପ୍ରିଭେନସନ ଅଫ ଆକ୍ସିଡେଣ୍ଟ (ଆରଓଏସପିଏ) ପକ୍ଷରୁ ସ୍ବର୍ଣ୍ଣ ପୁରସ୍କାର (ଗୋଲ୍ଡ ଆୱାର୍ଡ) ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ପ୍ରକଳ୍ପର ପ୍ରେସିଡେଣ୍ଟ ଅରୁଣ ବିଜୟ କହିଥିଲେ, ନିରାପତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ପ୍ରଦାନକାରୀ ସଂସ୍କୃତିକୁ ବଜାୟ ରଖିବା ଦିଗରେ ଆମର ଉତ୍ସର୍ଗୀକୃତ କାର୍ଯ୍ୟ, ଆମର ସବୁଠାରୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି।

 

Share