କୋଏମ୍ବାଟୁର,୫।୮: ତାମିଲନାଡୁର କୋଏମ୍ବାଟୁରରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ରୋଗରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଯାଇଛନ୍ତି ଚୋର। ଗତ ସୋମବାର କୋଏମ୍ବାଟୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସମ୍ପୃକ୍ତ ମହିଳା ଭର୍ତ୍ତି ହୋଇଥିଲେ। ଝିଅ ବି ତାଙ୍କ ସହ ଆସିଥିଲା। ଅଚାନକ ମହିଳାଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଝିଅ ଓ୍ବାର୍ଡକୁ ଆସି ଦେଖିବାରୁ ତାଙ୍କ ମା’ଙ୍କ ହାତରେ ସୁନା ଚୁଡି ନ ଥିଲା। ସେ ଡାକ୍ତରଙ୍କ ସହ ଏନେଇ ଆଲୋଚନା କରିଥିଲେ। ଡାକ୍ତର ତାଙ୍କୁ ପୋଲିସରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ପରେ ମହିଳାଙ୍କ ଝିଅ ପୋଲିସରେ ଏକ ମାମଲା ରୁଜୁ କରିଥିଲେ। ପୋଲିସ ଏବେ ଘଟଣାର ତଦନ୍ତ କରିଛି।