ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୪୮ କୋଟି ସହିତ ସୁନା ଇଟା, ତାଲିବାନ୍‌ର ଦାବି…

କାବୁଲ,୧୩।୯: ଆଫଗାନିସ୍ତାନର ପଞ୍ଜଶିରରେ ଏକ ଅଞ୍ଚଳ ଉପରେ କବ୍‌ଜା କରିଥିବା ନେଇ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସେମାନଙ୍କୁ ପଞ୍ଜଶିର ମୁଖ୍ୟ ଅମରୁଲ୍ଲା ସାଲେହଙ୍କ ଘରୁ ୬.୫ ମିଲିୟନ ଡଲାର (ପ୍ରାୟ ୪୮ କୋଟି ଟଙ୍କା) ପାଇଛନ୍ତି ବୋଲି ଦାବି କରିଛନ୍ତି।

ଆତଙ୍କବାଦୀମାନେ ସାଲେହଙ୍କ ଘରୁ ସୁନା ଇଟା ମଧ୍ୟ ପାଇଥିବା କହିଛନ୍ତି। ତାଲିବାନ୍‌ ଏକ ଭିଡିଓ ମଧ୍ୟ ଜାରି କରିଛି। ଭିଡ଼ିଓରେ ଆତଙ୍କବାଦୀମାନେ ଏକ ବ୍ୟାଗ ଭିତରେ ବିଡ଼ା ବିଡ଼ା ନୋଟ୍‌ ଏବଂ ସୁନା ଇଟା ଭର୍ତ୍ତି କରୁଥିବାର ଦୃଶ୍ୟ ରହିଛି। ଭିଡ଼ିଓକୁ ମହମ୍ମଦ ଜଲାଲଙ୍କ ଟୁଇଟର ହ୍ୟାଣ୍ଡଲରେ ଅପଲୋଡ୍‌ କରାଯାଇଛି।

Share