ଫୁଲ ତୋଳୁଥିଲେ ମହିଳା, ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡ୍‌ ସାତସିଙ୍ଗା ନିକଟରେ ଜଣେ ମହିଳାଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ୍‌ ଲୁଟ୍‌ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ବୁଧବାର ଅପରାହ୍ନରେ ଦୀପ୍ତିମୟୀ ରାଉତ ଫୁଲ ତୋଳୁଥିବାବେଳେ ଘର ନିକଟରେ ଜଣେ ଯୁବକ ନମ୍ବର ବିହୀନ ମୋଟର ସାଇକେଲରେ ଆସି ବେକରୁ ସୁନା ଚେନ୍‌ ଝାମ୍ପି ନେଇ ପଳାଇଥିବା ଅଭିଯୋଗ ହୋଇଛି। ନିକଟରେ ଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ସୁନା ଚେନ୍‌ ଲୁଟିବା କରିବା ପରେ ଦୁର୍ବୃତ୍ତ ଜଣକ ବଣିଆପାଟ ରାସ୍ତାରେ ଫେରାର ହୋଇଯାଇଛନ୍ତି। ଦିନ ଦ୍ୱିପ୍ରହରରେ ଏଭଳି ଲୁଟ୍‌ ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।