ଆକ୍ରମଣ କରି ସୁନାଚେନ, ମନିପର୍ସ ଲୁଟ

ବ୍ରହ୍ମପୁର ଅଫିସ,୧୦ା୨: ଜଣେ ମହିଳାଙ୍କ ୧୨ ବର୍ଷୀୟ ଝିଅଙ୍କ ବେକରୁ ସୁନା ଚେନ୍‌ ଏବଂ ପୁତୁରାର ମନିପର୍ସ ଝାମ୍ପି ନେଇଥିବା ଗୋଷଣୀନୂଆଗାଁ ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକାରିଣୀ ରାଜେଶ୍ୱରୀ ମହାଙ୍କୁଡ଼଼ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା(ନଂ.୩୩/୨୩) ରୁଜୁ କରି ଘଟଣାର ତଦନ୍ତ କରୁଛି।

ରାଜେଶ୍ୱରୀ ତାଙ୍କ ଝିଅକୁ ଧରି ଗତ ୬ ତାରିଖରେ ହାଇସିଂବୋର୍ଡ଼ ୧ମ ଗଳିରେ ରହୁଥିବା ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ସ୍ବାମୀଙ୍କ ସହ ଜଣେ ମହିଳା ଓ ତାଙ୍କ ପରିବାର ଲୋକେ ଆସି ରାଜେଶ୍ୱରୀଙ୍କୁ ମାରପିଟ୍‌ କରିବାରୁ ସେ ବଡ଼ବଜାର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଏହି ସମୟରେ ପୁତୁରା ଧାରଣାସ୍ଥଳକୁ ଆସିଥିବା ବେଳେ ପୁଣି ସମ୍ପୃକ୍ତ ମହିଳା ଓ ତାଙ୍କ ଦୁଇ ଭାଇ ଆସି ଆକ୍ରମଣ କରିବା ସହ ତାଙ୍କ ମନିପର୍ସ ଏବଂ ଝିଅର ସୁନା ଚେନ ଝାମ୍ପି ନେଇଥିବା ରାଜେଶ୍ୱରୀ ଅଭିଯୋଗ କରିଛନ୍ତି।

Share