ଭୁବନେଶ୍ବର,୧୫।୧୧: ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଧୀନ ବେହେରା ସାହିସ୍ଥିତ ଶିବ ମନ୍ଦିରକୁ ପୂଜା କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ବେକରୁ ଜଣେ ଦୁର୍ବୃତ୍ତ ସୁନା ଚେନ ଝାମ୍ପିନେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ବୃଦ୍ଧା ଜଣଙ୍କ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇ ଶିବ ମନ୍ଦିରରେ ଦର୍ଶନ କରିବାକୁ ଆସିଥିଲେ। ସେ ମନ୍ଦିର ଭିତରେ ଥିବା ବେଳେ ଦୁର୍ବୃତ୍ତ ଜଣକ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ।ଏନେଇ ଥାନାରେ ଏକ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଦୁର୍ବୃତ୍ତଙ୍କ କୌଣସି ପତ୍ତା ମଳିନାହିଁ।