Posted inଫୁରସତ

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌ ଦାନ୍‌ ସୁର୍‌ଙ୍କ ହେୟାରଷ୍ଟାଇଲ୍‌ ଏବେ ବେଶ୍‌ ଚର୍ଚ୍ଚାରେ। କାରଣ ତାଙ୍କ ହେୟାରଷ୍ଟାଇଲ ସମ୍ପୂର୍ଣ୍ଣ ଅଲଗା। ବୋଧହୁଏ ଏଭଳି ହେୟାରଷ୍ଟାଇଲ ଆଉ କେହି କରି ନ ଥିବେ। କଥା କ’ଣ କି ସେ ନିଜର ପ୍ରାକୃତିକ କେଶ ସ୍ଥାନରେ ସୁନାର ଚେନ୍‌୍‌ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି। ସାଧାରଣତଃ ର଼୍ୟାପର୍‌ମାନଙ୍କର ଭିନ୍ନ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ହେଲେ ଦାନ୍‌ ସୁର୍‌ ଅନ୍ୟମାନଙ୍କଠୁ ଭିନ୍ନ ହେବା ଲାଗି ଏଭଳି ଏକ ପନ୍ଥା ଆପଣେଇଲେ। ଆଉ ନିଜର ସୁନ୍ଦର କେଶ ସ୍ଥାନରେ ସୁନା ଚେନ୍‌ର କେଶ ପ୍ରତିରୋପଣ କରି ସାରା ପୃଥିବୀରେ ଚର୍ଚ୍ଚିତ ହେଲେ। ଖପୁରି ଉପର ଚର୍ମରେ ହୁକ୍‌ ଓ ଚର୍ମ ଭିତରେ ହୁକ୍‌ ଲଗାଇ ଏହି ଚେନ୍‌ ସବୁ ପ୍ରତିରୋପଣ କରାଯାଇଛି। ଏଭଳି ପ୍ରତିରୋପଣରେ ସଂକ୍ରମଣ, ଖପୁରିରେ ଜ୍ୱଳନର ଆଶଙ୍କା ରହିଛି। ଏହା ଆଦୌ ନିରାପଦ ନୁହେଁ ବୋଲି ପ୍ଲାଷ୍ଟିକ୍‌ ସର୍ଜନ ମଧ୍ୟ କହୁଛନ୍ତି। ଏହାଦ୍ୱାରା ବାହାରର ବ୍ୟାକ୍ଟେରିଆ ସହଜରେ ଶରୀରକୁ ପ୍ରବେଶ କରିପାରିବେ। ତା’ସହ ଖପୁରି ଚର୍ମ ତଳେ ଥିବା ହୁକ୍‌ ଓଜନିଆ ଚେନ୍‌କୁ ଧରି ରଖିଥିବାରୁ ଖପୁରିରେ ଫ୍ରାକ୍ଚର ହୋଇପାରେ। ଅବା ପରମାନେଣ୍ଟ ହେୟାର୍‌ ଲସ୍‌ ବି ହୋଇପାରେ। ଏତେସବୁ ରିସ୍କ ଥାଇ ବି କେବଳ ଭିନ୍ନ ଲୁକ୍‌ ପାଇବା ପାଇଁ ସେ ଏଭଳି କରିବାକୁ ପଛେଇଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri