Categories: ବାଣିଜ୍ୟ

ଗୋଲ୍‌ଡ କଏନ ଜିତିଲେ ଘଡ଼ି ଗ୍ରାହକ

ନୂଆଦିଲ୍ଲୀ,୭।୫: ଦେଶର ପ୍ରମୁଖ ଘରୋଇ ଡିଟରଜେଣ୍ଟ ଉତ୍ପାଦକ ଘଡ଼ି ପକ୍ଷରୁ ଆକର୍ଷଣୀୟ ଅଫର ‘ ଘଡ଼ି ମେ ସୁନା’ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ଅଫର ଜରିଆରେ ଏକ ଗୋଲ୍‌ଡ କଏନ ଘଡ଼ି ଗ୍ରାହକ ଜିତିଛନ୍ତି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମକନପୁର ନିବାସୀ ଆଲୋକ ଗୁପ୍ତା କମ୍ପାନୀର ଉକ୍ତ ଅଫର ଜରିଆରେ ବିଜେତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେହିଭଳି ଉକ୍ତ ଅଫର ଜରିଆରେ ମଧ୍ୟ ଘଡ଼ି କେକ୍‌ ଓ ପେଟି ମଧ୍ୟରେ ଦିଆଯାଇଥିବା କୁପନ ସ୍କାନ୍‌ କରି ୨୦ ରୁ ୫୦୦ ଟଙ୍କା ଯାଏ ନଗଦ ରାଶି ଜିତିହେବ। ଏପରିକି ଗୁପ୍ତାଙ୍କ ଭଳି ସୁନା କଏନ ମଧ୍ୟ ଗ୍ରାହକ ଜିତିବାର ସୌଭାଗ୍ୟ ପାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗୁପ୍ତା ବିତରକଙ୍କୁ ସ୍କାନ୍‌ ହୋଇଥିବା କୁପନ ଦେଖାଇ ଏହି କଏନ ନେଇଛନ୍ତି। ଏହି କୁପନ ଦେଖି ପ୍ରେମ ନାରାୟଣ କହିଛନ୍ତି, ଷ୍ଟୋରରେ ଘଡ଼ି ଭଳି କେବଳ ସର୍ବୋତ୍ତମ ଉତ୍ପାଦ ପ୍ରଦାନ ଉପରେ ବିଶ୍ୱାସ ରଖିଛୁ। ଷ୍ଟୋର ମାଲିକ ହେବା ସହ ଘଡ଼ିର ଉପଭୋକ୍ତା ହିସାବରେ ମଧ୍ୟ ପାୱାର କ୍ଲିନିଂ ଫର୍ମୁଲାର ଲାଭ ସର୍ମ୍ପକରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।

Share