ବିଶାଖାପାଟଣା, ୯।୧୨: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲାର ଶ୍ରୀକଲାହସ୍ତି ନିକଟ ଗ୍ରାମରେ ଲୋକେ ମାଟିରୁ ସୁନା ବାହାର କରୁଛନ୍ତି। ଅନେକ ପିଢ଼ି ଧରି ଗ୍ରାମବାସୀ ଏହି କାର୍ଯ୍ୟ କରିଆସୁଛନ୍ତି। ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇର ପ୍ରସିଦ୍ଧ ଦୋକାନଗୁଡ଼ିକରେ ଅଳଙ୍କାର ପ୍ରସ୍ତୁତି ବେଳେ ଧୂଳି, ମାଟି ଏବଂ ଅନ୍ୟାନ୍ୟ ଜିନିଷ ନଷ୍ଟ ହୋଇଯାଏ। ଏହି ଲୋକମାନେ ସେହି ଅଦରକାରୀ ଜିନିଷ କିଣିବା ପରେ ସେଥିରୁ ସୁନା ବାହାର କରିଥାନ୍ତି। ମର୍କ୍ୟୁରି ସାହାଯ୍ୟରେ ସେମାନେ ମାଟିକୁ ସୁନାରେ ପରିଣତ କରନ୍ତି। ମାଟିରେ ମର୍କ୍ୟୁରି ମିଶ୍ରଣ ପରେ ଛୋଟ ବଲ ତିଆରି କରି ୨-୩ ଦିନ ଶୁଖିବା ପାଇଁ ରଖାଯାଏ। ସେଗୁଡ଼ିକ କେକ୍ ପରି ତିଆରି ହୋଇ ଗରମ ହୋଇ ମେଶିନକୁ ପଠାଯାଏ। ସେଠାରେ ଏହି କେକ୍ ପରି ମାଟି ଶୁଖାଯାଇ ଆଉ ଗୋଟିଏ ଦିନ ଥଣ୍ଡା କରାଯାଏ। ଅଳିଆରୁ ମିଳିଥିବା ସୁନାକୁ ଏକ ଗ୍ଲାସ ପାତ୍ରରେ ରଖାଯାଏ ଏବଂ ପରେ ଏହାକୁ ଏକ ଚୁଲିରେ ରାନ୍ଧାଯାଏ। ଏଥିରେ ଏସିଡ୍ ମିଶାଯାଇ ଗରମ କରାଯାଏ। ତେବେ ଅନେକ ଥର ମର୍କ୍ୟୁରି ମିଶ୍ରିତ ହେଲେ ଅଧିକ ସୁନା ମିଳି ନ ଥାଏ। ବେଳେବେଳେ ୧ ଗ୍ରାମ ଏବଂ ବେଳେବେଳେ ୨ ଗ୍ରାମ ମିଳିଥାଏ। ଏଭଳି ସ୍ଥିତିରେ ମାଟି କିଣିବା ଏବଂ ଏହାକୁ ପ୍ରକ୍ରିୟାକରଣ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି ବୋଲି ଗ୍ରାମବାସୀ କହିଛନ୍ତି।