ଚାଇନାରେ କମିଲା ସୁନାର ଚାହିଦା

ବେଜିଂ,୨୩ା୧୧: ଚାଇନାରେ ଏହି ସପ୍ତାହରେ ସୁନାର ଚାହିଦା ହ୍ରାସ ପାଇଛି। କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ପାଇଁ ଏହି ଚାହିଦା ହ୍ରାସ ପାଇଛି। ତେବେ ଏହି ସମୟ ମଧ୍ୟରେ ଏସିଆରେ ସୁନାର ଚାହିଦା ବଢ଼ିଛି। ଭାରତରେ ସୁନା ମୂଲ୍ୟରେ ବୃଦ୍ଧି ଅଧିକାଂଶ କ୍ରେତାଙ୍କୁ ନିରାଶ କରିଛି।

ବିଶ୍ଳେଷକ ରସ୍‌ ନରମାନ କହିଛନ୍ତି, ସାରା ବିଶ୍ୱରେ ସୁନା ଚାହିଦା ଅତି ଦ୍ରୁତ ଗତିରେ ରେକର୍ଡ କରାଯାଉଛି। ସର୍ବଭାରତୀୟ ସ୍ତରରେ ଏହାର ଚାହିଦା ହେତୁ ଏହା ଯଥେଷ୍ଟ ଶକ୍ତିଶାଳୀ ହୋଇଛି। ଚାଇନାରେ କରୋନା ସଂକ୍ରମଣ ହେତୁ ଦେଶରେ ନୂତନ ଭାବେ ଲଗାଯାଇଥିବା ଲକ୍‌ଡାଉନ୍‌ ଘରୋଇ ଚାହିଦା ହ୍ରାସ କରିଛି। ସେପ୍ଟେମ୍ବରରୁ ଚାଇନାରେ ପ୍ରିମିୟମ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହି ସମୟ ମଧ୍ୟରେ ୪୫ ଡଲାରରେ ପହଞ୍ଚିଛି। ଯଦିଓ ଏହାର ମୂଲ୍ୟ ଏହି ମାସରେ ହ୍ରାସ ହୋଇଛି। ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ କୋଟା ମାଧ୍ୟମରେ ଦେଶକୁ କେତେ ସୁନା ବାଣିଜି୍ୟକ ବ୍ୟାଙ୍କ ଆଣିବାକୁ ପଡ଼ିବ ତାହା ନିୟନ୍ତ୍ରଣ କରିଥାଏ।

ତେବେ ଏହି ସମୟ ମଧ୍ୟରେ ଭାରତରେ ଏହାର ଡିଲରମାନେ ଗତ ସପ୍ତାହରେ ୨୬ ଡଲାର ତୁଳନାରେ ଘରୋଇ ମୂଲ୍ୟରେ ୨୧ ଡଲାରରେ ରିହାତି ପ୍ରଦାନ କରୁଛନ୍ତି। ମୁମ୍ବାଇର ଚେନାଜୀ ନରସିଂହଜୀ ମାଲିକ ତଥା ସୁନା ହୋଲସେଲର ଅଶୋକ ଜୈନ କହିଛନ୍ତି, କିଛି ଲୋକ ନୂଆ କିଣିବା ପରିବର୍ତ୍ତେ ପୁରୁଣା ଅଳଙ୍କାର ବିକ୍ରି କରୁଛନ୍ତି। ପାର୍ବଣ ଋତୁରେ ମୂଲ୍ୟ ବୃଦ୍ଧି କ୍ରୟର ଗତିକୁ ଅଟକାଇ ଦେଇଛି। ସେ କହିଛନ୍ତି, ଗତ ସପ୍ତାହରେ ସ୍ଥାନୀୟ ୧୦ ଗ୍ରାମ ପ୍ରତି ସୁନା ୫୩,୨୦୦ଟଙ୍କାରେ ପହଞ୍ଚିଥିଲା, ଯାହା ଏପ୍ରିଲ ୧୯ରୁ ସର୍ବାଧିକ ଅଟେ।

Share