ସୁନା: ଦର ବୃଦ୍ଧିରୁ ଚାହିଦା ହ୍ରାସ

ନୂଆଦିଲ୍ଲୀ,୩୧।୭: କ୍ରମାଗତ ଭାବେ ଘରୋଇ ବଜାର(ଭାରତ)ରେ ସୁନା ଦର ବୃଦ୍ଧି ପାଇ ଉଭୟ କାରବାର ଓ ଚାହିଦାରେ ମାନ୍ଦାବସ୍ଥା ଜାରି ରହିଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲରୁ ଜୁନ୍‌ ଶେଷ) ମଧ୍ୟରେ ଘରୋଇ ବଜାରରେ ସୁନାର ଚାହିଦା ୫% ହ୍ରାସ ଘଟି ୧୪୯.୭ ଟନ୍‌ରେ ପହଞ୍ଚତ୍ଛି ବୋଲି ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲ୍ୟୁଜିସି)ର ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଡବ୍ଲ୍ୟୁଜିସି ୨୦୨୪-୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟ ମଙ୍ଗଳବାର ଉନ୍ମୋଚନ କରିଛି। ଉକ୍ତ ରିପୋର୍ଟରେ ମୋଟ ଅନ୍ତର୍ଜାତୀୟ ସୁନା ଚାହିଦା ବାର୍ଷିକ ଆଧାରରେ ୪% ବୃଦ୍ଧି ହୋଇ ୧୨୫୮ ଟନ୍‌ରେ ପହଞ୍ଚତ୍ଛି, ଯାହା ଡବ୍ଲ୍ୟୁଜିସି ଡାଟା ସିରିଜରେ ସବୁଠାରୁ ଶକ୍ତିଶାଳୀ ୨ୟ ତ୍ରୈମାସିକକୁ ଚିହ୍ନିତ କରୁଛି। ଏପରିକି ମୋଟ ଚାହିଦା ସୁସ୍ଥ ଓଭର-ଦ-କାଉଣ୍ଟର (ଓଟିସି) ଟ୍ରାଞ୍ଜାକ୍ସନ ଦ୍ୱାରା ସମର୍ଥିତ ରହିଥିଲାବେଳେ ଯାହା ବାର୍ଷିକ ଆଧାରରେ ୫୩% ବୃଦ୍ଧି ହୋଇ ୩୨୯ ଟନ୍‌ରେ ପହଞ୍ଚତ୍ଛି। ବର୍ଦ୍ଧିତ ଓଟିସି ଚାହିଦା,କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକରୁ ନିରନ୍ତର କ୍ରୟ ଓ ଇଟିଏଫ୍‌ ଆଉଟ୍‌ଫ୍ଲୋରେ ମନ୍ଥରତା ୨ୟ ତ୍ରୈମାସିକରେ ସୁନାର ରେକର୍ଡ ଉଚ୍ଚଦରକୁ ପରିଚାଳିତ କରିଛି। ଆଉନ୍ସ ପିଛା ୨୩୩୮ ଡଲାରର ହାରାହାରି ସୁନା ଦର ବାର୍ଷିକ ଆଧାରରେ ୧୮% ବୃଦ୍ଧି ହୋଇଛି। ଏହା ୨ୟ ତ୍ରୈମାସିକ ସମୟରେ ଆଉନ୍ସ ପିଛା ୨୪୨୭ ଡଲାରରେ ପହଞ୍ଚତ୍ଛି। କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରୀ ଅନୁଷ୍ଠାନଗୁଡ଼ିକ ଗ୍ଲୋବାଲ ଗୋଲ୍ଡ ହୋଲ୍ଡିଂକୁ ୧୮୩ ଟନ୍‌ ବୃଦ୍ଧି କରିଛନ୍ତି, ଯାହା ପୂର୍ବ ତ୍ରୈମାସିକ ତୁଳନାରେ ହ୍ରାସ ପାଇଛି। କିନ୍ତୁ ବର୍ତ୍ତମାନ ବି ଏହା ବାର୍ଷିକ ଆଧାରରେ ୬% ବୃଦ୍ଧିକୁ ପ୍ରତିଫଳନ କରୁଛି। ବହୁମୁଖୀ ଚାହିଦା ଟ୍ରେଣ୍ଡଗୁଡିକୁ ଗୁପ୍ତ ରଖି ଅନ୍ତର୍ଜାତୀୟ ସୁନା ନିବେଶ ସ୍ଥିର ରହିଛି, ଯାହା ବାର୍ଷିକ ଆଧାରରେ ସାମାନ୍ୟ ବୃଦ୍ଧି ପାଇ ୨୫୪ ଟନ୍‌ ରହିଛି। ବାର୍‌ ଓ କଏନ୍‌ ନିବେଶ ଗୋଲ୍ଡ କଏନ ପାଇଁ ଚାହିଦାରେ ହ୍ରାସ କାରଣରୁ ୨ୟ ତ୍ରୈମାସିକରେ ୫% ହ୍ରାସ ପାଇ ୨୬୧ ଟନ ରହିଛି। ଏସିଆରେ ମଜଭୁତ ଖୁଚୁରା ନିବେଶ, ୟୁରୋପ ଓ ଉତ୍ତର ଆମେରିକାରେ ଶୁଦ୍ଧ ଚାହିଦାର ନିମ୍ନସ୍ତର ଦ୍ୱାରା ସନ୍ତୁଳିତ ରହିଥିଲା ବେଳେ ଲାଭ କିଛି ବଜାରରେ ବୃଦ୍ଧି ପାଇଛି।
ଏ ସମ୍ପର୍କରେ ୱାଲର୍‌ଡ ଗୋଲ୍ଡ କାଉନ୍‌ସିଲର ଭାରତର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଚିନ ଜୈନ କହିଛନ୍ତି, ଭାରତର ସୁନା ଚାହିଦା ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ସାମାନ୍ୟ ହ୍ରାସ ହୋଇଛି, ଯାହା ବାର୍ଷିକ ଆଧାରରେ ୫% ହ୍ରାସ ପାଇ ୧୪୯.୭ ଟନ୍‌ରେ ପହଞ୍ଚତ୍ଛି। ଏହା ସୁଲଭତାକୁ ପ୍ରଭାବିତ ଓ ଉପଭୋକ୍ତାଙ୍କ କ୍ରୟରେ ମନ୍ଥରତା ସୃଷ୍ଟି କରୁଥିବା ସୁନାର ରେକର୍ଡ ଉଚ୍ଚଦର କାରଣରୁ ହୋଇଥାଇପାରେ ବୋଲି ଆକଳନ କରାଯାଇଛି। ତେବେ ଚାହିଦାର ମୋଟ ମୂଲ୍ୟ ୧୪% ବୃଦ୍ଧି ହୋଇ ମଜଭୁତ ରହିଛି। ଏହା ଭାରତୀୟ ଉପଭୋକ୍ତାଙ୍କ ପାଇଁ ସୁନାର ସ୍ଥାୟୀ ମୂଲ୍ୟକୁ ଦର୍ଶାଉଛି। ଅଳଙ୍କାର ଚାହିଦା ସ୍ଥାନୀୟ ଉଚ୍ଚ ଦର, ସାଧାରଣ ନିର୍ବାଚନ ଓ ପ୍ରବଳ ଗ୍ରୀଷ୍ମତାପ କାରଣରୁ ୧୭% ହ୍ରାସ ହୋଇ ୧୦୭ ଟନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri