Categories: ଖେଳ

ଭାରତୀୟ କ୍ରିକେଟ ଟିମକୁ ସ୍ବର୍ଣ୍ଣ: ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ ଆଧାରରେ ବିଜୟୀ…

ହାଙ୍ଗଝୋ,୭।୧୦ : ଏସିଆନ ଗେମ୍ସରେ ଭାରତୀୟ କ୍ରିକେଟ ଟିମକୁ ସ୍ବର୍ଣ୍ଣ ପଦକ ମିଳିଛି। ବର୍ଷା ଯୋଗୁ ଶନିବାରରେ ମ୍ୟାଚ ବାତିଲ କରାଯାଇଥିଲା। ଭାରତୀୟ ଅଧିନାୟକ ଋତୁରାଜ ଗାଇକୱାଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ଯୋଗୁ ମ୍ୟାଚ ବନ୍ଦ ହେବାପରେ ଆଫଗାନିସ୍ତାନ ୧୮.୨ ଓଭରରେ ପାଞ୍ଚ ୱିକେଟରେ ୧୧୨ ରନ ସଂଗ୍ରହ କରିଥିଲା। ଏହା ପରେ ଖେଳ ହୋଇପାରିଲା ନାହିଁ ।

ବର୍ଷା ଯୋଗୁଁ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏସୀୟ ଗେମ୍ସରେ ପୁରୁଷ କ୍ରିକେଟ ଇଭେଣ୍ଟର ଅନ୍ତିମ ମ୍ୟାଚ ବାତିଲ କରାଯାଇଥିଲା। ତେବେ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗ ଆଧାରରେ ଭାରତ ବିଜେତା ଘୋଷିତ ହୋଇଥିଲା। ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଛି। ଯେଉଁଠାରେ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛି।

Share