ଭୁଜାଲି ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ବାଲେଶ୍ୱର ଅଫିସ,୧୮ା୧୦: ସୋରର ଜଣେ ଗହଣା ଦୋକାନୀଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୮୦ ଗ୍ରାମ ସୁନା, ଚାରି କିଲୋ ରୁପା ଏବଂ ନଗଦ ୧୩ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁଇଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ରୁଷ ଗାଁର ଗହଣା ଦୋକାନୀ ସୁଦର୍ଶନ ରଣାଙ୍କ ଠାରୁ ଏହି ଲୁଟ୍‌ କରିଛନ୍ତି। ଏନେଇ ସୋର ଥାନରେ ଅଭିଯୋଗ ହେବା ପରେ ପୋଲିସ ଛାନ୍‌ଭିନ ଚଳାଇଛି।