ମାଲିକାଣୀଙ୍କ ଘରୁ ସୁନା ଗହଣା ଚୋରି, ସହାୟକ ଗିରଫ

ଭୁବନେଶ୍ୱର,୨୮।୧୧ (ସୂର୍ଯ୍ୟକାନ୍ତ ବେହେରା):ମାଲିକାଣୀଙ୍କ ଘରୁ ଟଙ୍କା ଓ ସୁନା ଗହଣା ଚୋରି କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜଣେ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ବାଲେଶ୍ୱରର ଜଗନ୍ନାଥ ଦାଶ। ତାଙ୍କଠାରୁ ୪୩ ହଜାର ୫୦୦ ଟଙ୍କା ଓ ସୁନା ଗହଣା ଜବତ ହୋଇଛି।
ସୂଚନାନୁସାରେ, ଅଭିଯୋଗକାରିଣୀ ବୃଦ୍ଧା ଏହି ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ତାଙ୍କ ଘରେ ଏକୁଟିଆ ରୁହନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ଜଗନ୍ନାଥ ଗତ ୭ ବର୍ଷ ହେବ ତାଙ୍କ ଘରେ ସହାୟକ ଭାବେ କାମ କରୁଥିଲେ। ଏବେ ବୃଦ୍ଧା ଜଣକ ତାଙ୍କ ଘରଟିକୁ ଆଶ୍ରମକୁ ଦାନ କରିଦେଇଥିବାରୁ ଅଭିଯୁକ୍ତ ଏହାକୁ କେନ୍ଦ୍ର କରି ସାଢେ ୪୩ ହଜାର ଟଙ୍କା ଓ କିଛି ସୁନା ଗହଣା ଚୋରି କରି ନେଇଯାଇଥିଲେ। ଏନେଇ ଘର ମାଲିକାଣୀ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Share