ପଦ୍ମପୁର,୧ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଦର୍ଶନପୁର ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଚକାଡୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର ରାତିରେ ଦୋକାନ ବନ୍ଦ କରି ବ୍ୟାଗ୍ରେ ସୁନା ଗହଣା ନେଇ ଘରକୁ ଯାଉଥିଲେ। ଏହି ସମୟରେ ତିନି ଜଣ ଯୁବକ ଏକ ବାଇକ୍ରେ ଆସି ଗୁଳି ଫୁଟାଇ ତାପସଙ୍କଠାରୁ ସୁନା ଗହଣା ବ୍ୟାଗ୍କୁ ଝାମ୍ପି ନେଇ ପଳାଇଥିଲେ। ସୋମବାର ସକାଳେ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟେ ଗୁଳି ଜବତ କରି ଘଟଣାର ତଦନ୍ତ କରୁଛି। ସେହିପରି ପଦ୍ମପୁର ବଜାରରେ ଥିବା କରୁଣାକର ସେଠୀଙ୍କର ହାର୍ଡଓ୍ବେୟାର ଦୋକାନ ତାଲା ଭାଙ୍ଗି ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଜିନିଷ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ।