ଘରେ ପଶିଲେ କଳାମୁଖା ପିନ୍ଧା ଦୁର୍ବୃତ୍ତ, ଗୋଡ଼ ହାତ ବାନ୍ଧି ବୁଲାଇଲେ କଳାକନା

ଦିଗପହଣ୍ଡି,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ରଘୁନାଥ ଗୌଡଙ୍କ ଘରେ ଶସସ୍ତ୍ର ଡକାୟତି ହୋଇଛି।

ରବିବାର ବିଳମ୍ବିତ ରାତିରେ ପରିବାର ଲୋକେ ଘରେ ଶୋଇଥିବା ବେଳେ କଳାମୁଖା ପିନ୍ଧିଥିବା ୫ ଜଣ ଦୁର୍ବୃତ୍ତ ଘର ଛାତ ସିଡି ରାସ୍ତା ଦେଇ ଘରେ ପଶିଥିଲେ। ପରେ ଦୁର୍ବୃତ୍ତମାନେ ପରିବାରର ସମସ୍ତଙ୍କ ଗୋଡ଼ ହାତ ବାନ୍ଧି ଦେଇ ବନ୍ଧୁକ ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଆଲମିରା ଖୋଲି ପ୍ରାୟ ୩ ଭରି ଓଜନର ସୁନା ଏବଂ ରୂପା ଅଳଙ୍କାର ସମେତ ୨ଟି ମୋବାଇଲ ଫୋନ ଲୁଟି ନେଇଥିଲେ। ଏ ନେଇ ରଘୁନାଥଙ୍କ ସ୍ତ୍ରୀ ସୋମବାର ଦିଗପହଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share