ପୁଣି ରେକର୍ଡ ଭାଙ୍ଗିଲା ସୁନା ମୂଲ୍ୟ: ଖୁବଶୀଘ୍ର ପାର କରିଯିବ ୮୦ ହଜାର

ମୁମ୍ବାଇ,୭।୧୦: ବଢିଚାଲିଛି ସୁନା ଦାମ୍। ସୋମବାର ପୁଣି ରେକର୍ଡ ଭାଙ୍ଗିଛି ସୁନା ମୂଲ୍ୟ। ସୋମବାର ସୁନା ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୭୮ ହଜାର ୭୦୦ ଟଙ୍କା ହୋଇଛି। ଯେତେବେଳେ କି ଶୁକ୍ରବାର ଏହା ୭୮ ହଜାର ୪୫୯ ଟଙ୍କା ଥିଲା।

ତେବେ ଏହି ସମୟରେ ରୁପା ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇ କେଜି ପିଛା ଶୁକ୍ରବାର ୯୪,୨୦୦ ହୋଇଥିଲା। ଏହି ସମୟରେ, ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୨୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୭୮,୩୦୦ ଟଙ୍କା ସର୍ବକାଳୀନ ଉଚ୍ଚ ସ୍ତରକୁ ଆସିଛି। ଯାହା ଗତକାଲି ୧୦ ଗ୍ରାମ ପିଛା ୭୮,୧୦୦ ଟଙ୍କା ଥିଲା। ଘରୋଇ ବଜାରରେ ଚାହିଦା ବୃଦ୍ଧି କାରଣରୁ ମୂଲ୍ୟରେ ବୃଦ୍ଧି ପାଇଥିବା କୁହାଯାଉଛି।

ଏହା ବ୍ୟତୀତ ଇକ୍ୱିଟି ବଜାରର ମାନ୍ଦାବସ୍ଥା କାରଣରୁ ନିବେଶକମାନେ ସୁନା ଭଳି ସୁରକ୍ଷିତ ସ୍ଥାନ ଆଡକୁ ଢଳୁଛନ୍ତି। ଫଳରେ ଏସୀୟ ବଜାରରେ ସୁନା ଅନ୍ସ ପ୍ରତି ୨,୬୭୧.୫୦ ଡଲାରରେ ୦.୧୪ ପ୍ରତିଶତ ଅଧିକ କାରବାର କରୁଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ଫେଡେରାଲ ରିଜର୍ଭ କାଉଣ୍ଟର ନିରାପଦ ସ୍ଥାନ ଚାହିଦା ଦ୍ୱାରା ଆକ୍ରମଣାତ୍ମକ ସୁଧ ହାର ହ୍ରାସ ହେବାର ଆଶଙ୍କା ଥିବାରୁ କମେକ୍ସରେ ସୁନା ସ୍ଥିର ରହିଛି। ଅନ୍ୟପକ୍ଷରେ, ଆନ୍ତର୍ଜାତୀୟ ବଜାରରେ ରୂପା ୦.୬୧ ପ୍ରତିଶତ ହ୍ରାସ ହୋଇ ୩୨.୨୦ ଡଲାରରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ

ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି...

କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରିବାରେ ଇଂଲଣ୍ଡ ପ୍ରଥମ

ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ଅକ୍ଟୋବର ପହିଲାରେ ଇଂଲଣ୍ଡ (ୟୁକେ) ଏହାର ଶେଷ କୋଇଲା ଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ବନ୍ଦ କରି କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନକୁ ସମ୍ପୂର୍ଣ୍ଣ...

ସାରା ଦେଶରେ ରିଲାଏନ୍ସର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୭।୧୦(ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(ଆର୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଉଇ କେୟାର ଫର୍‌ ସ୍ବଚ୍ଛତା ଅଭିଯାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୭୫,୦୦୦ ରୁ...

ରେପୋରେଟ୍‌ ହାର ପରିବର୍ତ୍ତନ ଆଶା କ୍ଷୀଣ

ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ପ୍ରମୁଖ ସୁଧ ହାର ରେପୋ ହାରରେ...

ଆମାଜନ ଗୋଲ୍ଡ ଭାଉଚରର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୧୦: ଚଳିତ ପାର୍ବଣ ଋତୁରେ ସୁନା, ରୁପା ଓ ମୂଲ୍ୟବାନ ଅଳଙ୍କାର କ୍ରୟ କରିବା ସହିତ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଆମାଜନ ଗୋଲ୍ଡ ଭାଉଚର...

ଚଳିତ ଆର୍ଥିକ ବର୍ଷରେ ୧୦,୦୦୦ ନୂଆ କର୍ମଚାରୀ ନିଯୁକ୍ତ କରିବ ଭାରତୀୟ ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ,୬ା୧୦: ଦେଶର ସର୍ବ ବୃହତ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସାଧାରଣ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ବୈଷୟିକ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri