Posted inଖେଳ

ଘୋଡ଼ାଚଢ଼ାରେ ଭାରତକୁ ସ୍ବର୍ଣ୍ଣ ପଦକ, ୪୧ ବର୍ଷର ପ୍ରତୀକ୍ଷା ଶେଷ…

ହାଙ୍ଗଝୋ,୨୬।୯ : ଭାରତୀୟ ଖେଳାଳିଙ୍କ ଶକ୍ତିଶାଳୀ ପ୍ରଦର୍ଶନ ଏସିଆନ ଗେମ୍ସ ୨୦୨୩ ରେ ତୃତୀୟ ଦିନ ପାଇଁ ଜାରି ରହିଛି। ଘୋଡା ଚଢ଼ା ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି। ୪୧ ବର୍ଷ ପରେ ଘୋଡା ଚଢ଼ା ଡ୍ରେସେଜ ଇଭେଣ୍ଟରେ ହୃଦୟ ଛେଦା, ଦିବ୍ୟାକ୍ରିତୀ, ସୁଦୀପ୍ତି ହାଜେଲା ଏବଂ ଅନୁଷ ଅଗ୍ରୱାଲଙ୍କ ଯୋଡି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ଏସୀୟ ଗେମ୍ସରେ ଏହା ହେଉଛି ଭାରତର ତୃତୀୟ ସ୍ବର୍ଣ୍ଣ ପଦକ।

ଘୋଡା ଚଢ଼ାର ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଦଳ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛି। ହୃଦୟ ଛେଦା, ଦିବ୍ୟାକ୍ରିଟି, ସୁଦୀପ୍ତି ହାଜେଲା ଏବଂ ଅନୁଷ ଅଗରୱାଲ ଚମତ୍କାର ପ୍ରଦର୍ଶନ କରଛନ୍ତି।

ଭାରତୀୟ ଦଳ ୨୦୯.୨୦୫ ପଏଣ୍ଟ ହାସଲ କରି ଚାଇନାକୁ ପରାସ୍ତ କରିଛି। ଚାଇନା ୨୦୪.୮୮୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ହଂକଂ ୨୦୪.୮୫୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ୧୯୮୨ ମସିହାରେ ଏହି ଇଭେଣ୍ଟରେ ଭାରତ ଏକ ପଦକ ଜିତିଥିଲା ।

ଭାରତୀୟ ଅଶ୍ୱାରୋହୀ ଦଳ ଏସିଆନ ଗେମ୍ସ ୨୦୨୩ ରେ ଦେଶ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତୀୟ ସୁଟରମାନେ ଏହି ଟୁର୍ନାମେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଭାରତୀୟ ମହିଳା କ୍ରିକେଟ ଦଳ ନାମରେ ଥିଲା। ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ମୋଟ ୧୫ ଟି ପଦକ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri