Categories: ଖେଳ

ଓଡ଼ିଶା ବାଳିକା ଦଳକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ରଗ୍‌ବୀ ଫୁଟବଲ ୟୁନିୟନ ଓ ରଗ୍‌ବୀ ଆସୋସିଏଶନ ଅଫ୍‌ ମହାରାଷ୍ଟ୍ର ଆନୁକୂଲ୍ୟରେ ପୁଣେଠାରେ ଅନୁଷ୍ଠିତ ଜୁନିୟର ରଗ୍‌ବୀ ସେଭେନ୍ସ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ୫୦-୦ରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ୩୪-୦ରେ ଗୁଜରାଟ ଓ ୫୨-୦ରେ ଝାଡ଼ଖଣ୍ଡକୁ ହରାଇବା ପରେ ପ୍ରି-କ୍ୱାର୍ଟରରେ ହରିୟାଣାକୁ ୫୨-୦ରେ ପରାସ୍ତ କରିଥିଲା। ଏହାପରେ କ୍ୱାର୍ଟର ଫାଇନାଲରେ ଉତ୍ତରାଖଣ୍ଡକୁ ୪୯-୦ ଓ ସେମିଫାଇନାଲରେ ବିହାରକୁ ୨୨-୧୭ ପଏଣ୍ଟରେ ହରାଇ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ନିର୍ମାଲ୍ୟା ରାଉତ ଓଡ଼ିଶା ଦଳର ନେତୃତ୍ୱ ନେଇଥିଲେ।
ଓଡ଼ିଶା ଦଳ: ପାର୍ବତୀ ହାଁସଦା, ସନ୍ଧ୍ୟାରାଣୀ ଟୁଡୁ, ନିର୍ମାଲ୍ୟା ରାଉତ (ଅଧିନାୟିକା), ବର୍ଷାରାଣୀ ମାଝି, ମାମାଲି ସିଂ, ବର୍ଷା ସିଂ, ରିତୁ ମାଝି, ସରିତା ବର୍‌ହା, ସ୍ବପ୍ନାରାଣୀ ସିଂ, ସଂଯୁକ୍ତା ଭୂମିଜ, ଗୀତାରାଣୀ ସାଇ, ମମତା ମୁର୍ମୁ। କୋଚ୍‌: ସଂଯୁକ୍ତା ମୁଣ୍ଡା, ମ୍ୟାନେଜର: ନିହାରିକା ପଣ୍ଡା, ଫିଜିଓ: ସୌମ୍ୟଶ୍ରୀ ମିଶ୍ର।

Share