Advertisement

ଓଡ଼ିଶା ମହିଳା ଫୁଟବଲ ଦଳକୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ,୬ା୧୧(ପି.ଟି.): ପ୍ରଦୂଷଣକୁ ନେଇ ସଙ୍କଟରେ ଦିନିକିଆ କ୍ରିକେଟ ବିଶ୍ୱକପର ୩୮ତମ ମ୍ୟାଚ୍‌। ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ସୋମବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍‌ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ଉଭୟ ଦଳ ରବିବାରର ଅଭ୍ୟାସ ସେସନ୍‌ ବାତିଲ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଦିଲ୍ଲୀ ଆକାଶରେ ପ୍ରଦୂଷଣ କାରଣରୁ ଘନ କୁହୁଡିର ଏକ ଆବରଣ ସୃଷ୍ଟି ହୋଇଛି। ଗୁରୁବାରଠାରୁ ଏୟାର କ୍ୱାଲିଟି ଇଣ୍ଡେକ୍ସ ନିୟମିତ ଭାବରେ ୪୫୭ ଉପରେ ରହିଛି। ତେବେ ମ୍ୟାଚ୍‌ ଦିନରେ ପ୍ରଦୂଷଣର ସ୍ଥିତିକୁ ଦେଖି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାଂଲାଦେଶ ଚଳିତ ଟୁର୍ନାମେଣ୍ଟରୁ ବିଦା ହୋଇ ସାରିଥିବା ବେଳେ ଶ୍ରୀଲଙ୍କା ନିକଟରେ ଏକ ସଂକୀର୍ଣ୍ଣ ସୁଯୋଗ ରହିଛି। ୨୦୧୭ରେ ଶ୍ରୀଲଙ୍କା ଖେଳାଳିଙ୍କୁ ଦିଲ୍ଲୀରେ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥିବା ବେଳେ ୨୦୧୯ରେ ବାଂଲାଦେଶର କିଛି ଖେଳାଳି ବାନ୍ତି କରିଥିଲେ। ଦିନିକିଆରେ ଉଭୟ ଦଳ ୫୩ ଥର ସାମ୍ନାସାମ୍ନି ହୋଇଥିବା ବେଳେ ଶ୍ରୀଲଙ୍କା ୪୨ ଥର ବିଜୟୀ ହୋଇଛି। ବାଂଲାଦେଶ ୯ ଥର ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚର ଫଳାଫଳ ମିଳି ନାହିଁ। ଦିନିକିଆ ବିଶ୍ୱକପରେ ୩ ଥର ସାମ୍ନାସାମ୍ନି ହୋଇଥିବା ବେଳେ ପ୍ରତ୍ୟେକ ଥର ଶ୍ରୀଲଙ୍କା ବାଜି ମାରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share