Categories: ଖେଳ

ବିକ୍ରାନ୍ତ ମଲିକଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ କିଟ୍‌ର ବିକ୍ରାନ୍ତ ମଲିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବିକ୍ରାନ୍ତ ପୁରୁଷ ଜାଭେଲିନ ଥ୍ରୋରେ ୭୭.୫୨ ମିଟର କ୍ଲିୟର କରି ଏହି ସଫଳତା ପାଇଛନ୍ତି। ଏଥିସହ ସେ ଖେଲୋ ଇଣ୍ଡିଆ ୟୁନିସର୍ଭିଟି ଗେମ୍ସପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ୫୦୦୦ ମିଟର ରେସ୍‌ରେ ୮ମ ସ୍ଥାନରେ ରହିଥିଲେ ହେଁ ଅନ୍ତିମା ପାଲ୍‌ ଉତ୍ତର ପ୍ରଦେଶରେ ହେବାକୁଥିବା ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଯୋଗ୍ୟତା ପାଇଛନ୍ତି।

Share