Categories: ଖେଳ

ଦମୟନ୍ତୀ ଖେସ୍‌ଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୨ା୧୧(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ୩୭ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ମିଟ୍‌ର ପ୍ରଥମ ଦିବସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ଦମୟନ୍ତୀ ଖେସ। ୨୦ ବର୍ଷରୁ କମ୍‌ ବର୍ଗ ବାଳିକା ଜାଭେଲିନ୍‌ ଥ୍ରୋରେ ସେ ଏହି ସଫଳତା ପାଇଛନ୍ତି। ଦମୟନ୍ତୀ ୪୦.୬୪ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରି ପ୍ରଥମସ୍ଥାନ ଅଧିକାର କରିଥିଲେ। କେରଳର ଐଶ୍ୱର୍ଯ୍ୟା ସୁରେଶ ୩୮.୯୯ ଏବଂ ରାଜସ୍ଥାନର ଖୁସି ଯାଦବ ୩୮.୪୬ ମିଟର ଦୂରକୁ ଜାଭେଲିନ୍‌ ପକାଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ସ୍ବର୍ଣ୍ଣିମ ସଫଳତା ପାଇଁ ଦମୟନ୍ତ୍ରୀଙ୍କୁ ଓଡ଼ିଶା ଆଥ୍‌ଲେଟିକ୍‌ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା ଅଭିନନ୍ଦନ ଜଣାଇଛନ୍ତି।

Share