Categories: ଖେଳ

ଗୁଜରାଟ, ତାମିଲନାଡୁକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୫ା୩(କ୍ରୀଡ଼ା ପ୍ରତିନିଧି): ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲରେ ୧୯ତମ ଜାତୀୟ ସିନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍‌ ଶେଷ ହୋଇଛି। ଏହାର ଦଳଗତ ଇଭେଣ୍ଟ ପୁରୁଷ ବିଭାଗରେ ଗୁଜରାଟ ସ୍ବର୍ଣ୍ଣ, ମଧ୍ୟପ୍ରଦେଶ ରୌପ୍ୟ ଏବଂ ଚଣ୍ଡିଗଡ଼ ଓ ପଞ୍ଜାବ ବ୍ରୋଞ୍ଜ ପଦକ ପାଇଥିଲେ। ସେହିପରି ମହିଳା ବିଭାଗରେ ତାମିଲନାଡ଼ୁ ସ୍ବର୍ଣ୍ଣ, ମଧ୍ୟପ୍ରଦେଶ ରୌପ୍ୟ ଏବଂ ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଭାଜପାର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟତମ ଅତିଥିଭାବେ ଆଇଆଇଜି କ୍ରୀଡ଼ା ଏକାଡେମୀର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପୁହାଣ, ଓଡ଼ିଶା ସଫ୍ଟ ଟେନିସ ଆସୋସିଏଶନର ମୁଖ୍ୟ ପରାମର୍ଶଦାତା ପ୍ରସନ୍ନ କୁମାର ପାଟ୍ଟଶାଣୀ, ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ରୁଦ୍ର ନାରାୟଣ ବେହେରା, ରମେଶ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ମହମ୍ମଦ ଆଜାମ, ଆୟୋଜକ କମିଟି ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଅଧ୍ୟକ୍ଷ ରଞ୍ଜନ କୁମାର ନନ୍ଦ, ମାର୍କେଟିଂ ନିର୍ଦ୍ଦେଶକ ନିରଞ୍ଜନ ପାଢ଼ୀ, ରିସେପ୍ସନ କମିଟି ଅଧ୍ୟକ୍ଷ ଟିକନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share