Categories: ଖେଳ

ଜୟନ୍ତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୧ (କ୍ରୀଡ଼ା ପ୍ରତିନିଧି): ପର୍ତ୍ତୁଗାଲରେ ଚାଲିଥିବା ଆଇଡବ୍ଲ୍ୟୁଏଏସ୍‌ (ଇଣ୍ଟରନ୍ୟାଶନାଲ ହୁଇଲଚେୟାର ଆଣ୍ଡ ଆମ୍ପ୍ୟୁଟି ସ୍ପୋଟର୍‌ସ) ଓ୍ବାଲର୍‌ଡ ଗେମ୍ସର ଟି୪୬/୪୭ ମହିଳା ୨୦୦ ମିଟର ରେସ୍‌ରେ ଓଡ଼ିଶାର ଜୟନ୍ତି ବେହେରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସେ ୨୭.୫୯ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଛନ୍ତି। ପୋଲାଣ୍ଡର ଦୁଇ ପ୍ରତିଯୋଗୀ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ଚଳିତ ପ୍ରତିଯୋଗିତାରେ ଜୟନ୍ତୀଙ୍କର ଏହା ଦ୍ୱିତୀୟ ପଦକ। ପୂର୍ବରୁ ୧୦୦ ମିଟର ରେସ୍‌ରେ ସେ ୧୩.୬୨ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ପାଇଥିଲେ।

Share