Categories: ଖେଳ

ବିଶ୍ୱନାଥ, ଦେବୀକା, ବଂଶରାଜଙ୍କୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୨୭।୧୧(ପି.ଟି.): ସ୍ପେନର ଲା ନୁସିଆଠାରେ ଚାଲିଥିବା ଆଇବିଏ ୟୁଥ୍‌ ପୁରୁଷ ଓ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତୀୟ ବକ୍ସର ବିଶ୍ୱନାଥ ସୁରେଶ, ବଂଶରାଜ ଓ ଦେବୀକା ଘୋରପଡେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ରେ ଚେନ୍ନାଇରେ ଜନ୍ମିତ ବିଶ୍ୱନାଥ ପୁରୁଷ ୪୮କେଜି ଫାଇନାଲରେ ଫିଲିପାଇନ୍ସର ରୋନେଲ ସୁୟମଙ୍କୁ ସହଜରେ ହରାଇ ଦେଇଥିଲେ। ଏହା ପୂର୍ବରୁ ମହିଳା ୪୮ କେଜି ଶ୍ରେଣୀରେ ଭାବନା ଶର୍ମା ୦-୫ରେ ଉଜ୍‌ବେକିସ୍ତାନର ଗୁଲ୍‌ସେଭାର ଗାନିଭାଙ୍କଠାରୁ ପରାଜିତ ହୋଇ ରୌପ୍ୟ ପଦକ ପାଇଥିଲେ। ଅନ୍ୟ ଭାରତୀୟ ଆଶିଷ (୫୪କେଜି) ମଧ୍ୟ ରୌପ୍ୟ ଜିତିଥିଲେ। ସେ ଏକ ରୋମାଞ୍ଚକ ଫାଇନାଲରେ ଜାପାନର ୟୁତା ସାକାଇଙ୍କଠାରୁ ହାରିଯାଇଥିଲେ। ପୁଣେର ଦେବୀକା ଭାରତ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଆଣି ଦେଇଥିଲେ। ସେ ମହିଳା ୫୨କେଜି ଶ୍ରେଣୀ ଫାଇନାଲରେ ଇଂଲଣ୍ଡର ଲରେନ୍‌ ମ୍ୟାକିଙ୍କୁ ପରାସ୍ତ କରିଥିଲେ। ୟୁଥ୍‌ ଏସିଆନ ଚାମ୍ପିୟନ ବଂଶରାଜ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଆଣିଦେଇଥିଲେ। ସେ ୬୩.୫ କେଜି ଫାଇନାଲରେ ଜର୍ଜିଆର ଡେମୁର କାଜାଇଆଙ୍କୁ ପରାଜିତ କରିଥିଲେ। ଇଭେଣ୍ଟର ଚଳିତ ସଂସ୍କରଣରେ ଭାରତ ୧୧ ପଦକ ସହ ଟେବୁଲର ଶୀର୍ଷରେ ରହିଥିବା ଏହାପଛକୁ ପଛ ଯଥାକ୍ରମେ ଉଜ୍‌ବେକିସ୍ତାନ (୧୦), ଆୟର୍ଲାଣ୍ଡ (୭) ଓ କାଜାଖସ୍ତାନ (୭) ରହିଛନ୍ତି। ଭାରତ ମହିଳା ବିଭାଗରେ ୮ଟି ପଦକ ଜିତିଛି, ଏହା ଯେକୌଣସି ଦେଶଠାରୁ ଅଧିକ।

Share