ସୁନା ଖଣିରେ ଭୂସ୍ଖଳନ: ୫ ମୃତ, ୭୦ ନିଖୋଜ

ଜାକର୍ତ୍ତା,୨୫।୨: ଇଣ୍ଡୋନେସିଆରେ ଏକ ସୁନା ଖଣିରେ ଭୂସ୍ଖଳନ ଯୋଗୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୭୦ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଉଛି। କେନ୍ଦ୍ରୀୟ ସୁଲା ଓ୍ବେସି ପ୍ରଦେଶର ପାରିଗି ମୌଟୋଙ୍ଗ ଜିଲାର ବୁରାଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଖୋଜମାନେ ମାଟି ତଳେ ଚାପିି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏଠାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share