ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଓଡ଼ିଶାର ୩ଟି ଜିଲାରେ ସୁନାଖଣି ରହିଥିବା ସୋମବାର ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ସୁଧୀର ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି।
ସେ କହିଛନ୍ତି, ରାଜ୍ୟର ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରେ ସୁନାପଥର ରହିଛି। ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା (GSI) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ସୁନାପଥର ଗଚ୍ଛିତ ରହିଥିବା ଜଣାପଡ଼ିଛି।