ଦର୍ଶନ ଲାଗି ଧାଡ଼ିରେ ଠିଆ ହୋଇଥିଲେ, ବେକରୁ ଝାମ୍ପିନେଲେ ସୁନାହାର

ବ୍ରହ୍ମପୁର ଅଫିସ,୧୦।୭: ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଛନ୍ତି। ରବିବାର ହରିଶୟନ ଏକାଦଶୀ। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଗୋଶାଣୀନୂଆଗାଁ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ମହିଳାମାନେ ଧାଡ଼ିରେ ଠିଆହୋଇ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିଲେ। ଗୋଶାଣୀନୂଆଗାଁର ସଞ୍ଜୁକ୍ତା ପଣ୍ଡାଙ୍କ ମଧ୍ୟ ଠିକା ହୋଇଥିଲେ। ସେତିକିବେଳେ ଜଣେ ଯୁବକ ଆସି ବେକରୁ ୨ ଭରି ଓଜନର ଏକ ସୁନାହାର ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଏନେଇ ସଞ୍ଜୁକ୍ତା ଗୋଶାଣୀନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଛି। ଏପରି କି ପୋଲିସ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

Share