Categories: ଜାତୀୟ

ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ସୋନା

ନୂଆଦିଲ୍ଲୀ, ୨୧।୭: ଓଡ଼ିଶା ଜନ୍ମିତ ପ୍ରଚ୍ଛଦପଟ୍ଟ ଗାୟିକା ସୋନା ମହାପାତ୍ରଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ନ୍ୟୁୟର୍କ ସହର ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ତାଙ୍କର ବିଶାଳ ଫଟୋ ସ୍ଥାନ ପାଇଛି, ଯାହା ହାତଗଣତି କଳାକାରଙ୍କୁ ମିଳିଥାଏ। ତାଙ୍କର ନିଆର ସ୍ବର, ଷ୍ଟାଇଲ ଏବଂ ଦୃଷ୍ଟିକୋଣକୁ ଭଲ ପାଉଥିବାରୁ ତାଙ୍କ ବିଲ୍‌ବୋର୍ଡକୁ ଉକ୍ତ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମରେ ସମାନତା ପ୍ରଚାର ଅଭିଯାନର ପ୍ରତୀକ ଭାବେ ପ୍ରଦର୍ଶନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଟାଇମ୍ସ ବିଲ୍‌ବୋର୍ଡରେ ସ୍ଥାନ ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଅଭିନେତ୍ରୀ, ଗାୟିକା ତଥା ସଙ୍ଗୀତକାର ସୋନା ଟୁଇଟ୍‌ କରି ଜଣାଇଛନ୍ତି। ବିଶ୍ୱ ସ୍ତରରେ ମହିଳାମାନଙ୍କ ପାଇଁ ସଙ୍ଗୀତରେ ସମାନତା ବଢ଼ାଇବା ପାଇଁ ଗତ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ସ୍ପୋଟିଫାଏ ଏହାର ବିଶ୍ୱ ସଙ୍ଗୀତ କାର୍ଯ୍ୟକ୍ରମ ଇକ୍ୟୁଆଲ୍‌ ହବ୍‌ ଉନ୍ମୋଚନ କରିଥିଲା।

Share