ସିମୁଳିଆ,୫ା୧୧(ଡି.ଏନ୍.ଏ.): ପରିବାର ଲୋକେ ମୃତଦେହ ସତ୍କାର ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ କଳାକନା ବୁଲାଇବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଅଞ୍ଚଳରେ।
ସୂଚନାଯୋଗ୍ୟ, ମାର୍କଣା ଷ୍ଟେଶନ ରୋଡ୍ ପାର୍ଶ୍ୱରେ ଘର କରି ରହୁଥିବା ପ୍ରଭାବତୀ ଓ ଭାଗିରଥୀ ମିଶ୍ର ଗତ ଶୁକ୍ରବାର ସକାଳେ ପ୍ରଭାବତୀଙ୍କ ବାପା ଶୀତଳଙ୍କ ମୃତଦେହ ସତ୍କାର ପାଇଁ ପରିବାର ଲୋକମାନଙ୍କ ସହିତ ଉଭୟ ପୁରୀ ସ୍ବର୍ଗଦ୍ୱାର ଯାଇଥିଲେ। ପରେ ବିଲମ୍ବିତ ରାତିରେ ସେମାନେ ଘର ପାଖରେ ପହଞ୍ଚିବାରୁ ସେମାନଙ୍କୁ ଦେଖି ଚୋରମାନେ ଫେରାର ହୋଇଯାଇଥିଲେ। ଚୋରମାନେ ନଗଦ ୨୪ହଜାର ଟଙ୍କା ସମେତ ପ୍ରାୟ ୪ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।
Posted inଅପରାଧ, ଆମ ଜିଲା ଖବର, ବାଲେଶ୍ୱର